ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ବଜାର ପୂଜା କମିଟି ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଜ୍ୟପାଳ

ଢେଙ୍କାନାଳ (ମ.ନି.ସ.)10/10 ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ଲକ୍ଷ୍ମୀ ବଜାର ପାଳନ କରୁଥିବା ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ଗଣେଶ ଲାଲ । ଏହି ଅବସରରେ ରାଜ୍ୟପାଳ ମା’ଲକ୍ଷ୍ମୀଙ୍କ ନିକଟରେ ଆଳତି କରିବା ସହ ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ହୀରକ ଜୟନ୍ତୀ ପତ୍ରିକା ‘ପଦ୍ମାଳୟା’କୁ ଉନ୍ମୋଚନ କରିଥିଲେ । କମିଟିର ସଭାପତି ଜଗଦିଶ ପ୍ରସାଦ ଅଗ୍ରଫ୍ୱାଲ ଏବଂ ସମ୍ପାଦକ ସତ୍ୟସ୍ୱରୁପ ଦାସ ୭୫ ବର୍ଷ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ରତନ ନାୟାର ପରିଚାଳନା କରିଥିବା ବେଳେ ସଭ୍ୟ ପଦ୍ମଭୂଷଣ ସାହୁ ଧନ୍ୟବାଦ ଦେଇଥିଲେ । ରାଜ୍ୟପାଳଙ୍କୁ ସର୍କିଟ ହାଉସଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ଏସପି ଲୋଗାନୟାଗୀ ଦିବ୍ୟା ଭି ସ୍ୱାଗତ କରିଥିଲେ । ଏହାପରେ ରାଜ୍ୟପାଳ ଢେଙ୍କାନାଳ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପରେ ଚାଲିଥିବା ୩୭ତମ ନଟରାଜ କୁମାରୋତ୍ସବର ସୋମବାର ଦ୍ୱିତୀୟ ସନ୍ଧ୍ୟାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ମହାଭାରତ କଥା…….୭

ସମାଜସେବୀ ଙ୍କ ମାତୃ ବିୟୋଗ

Sunil Chandra Nayak

ଶୀତ ଦାୟରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗନେସନ କଳାହାଣ୍ଡି ପରିବାର

Sunil Chandra Nayak

Leave a Comment

error: Content is protected !!