ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜୀବନ

   ଜୀବନ

       ବଙ୍ଗଳା ଶ୍ରୀ
ସଂସାର ମଧ୍ୟରେ ସକଳ ଜୀବନ
       ଥାଏ ନିଜ କଳେବରେ
ତାକୁ ଦେଖିବାକୁ ଶକ୍ତିନାହିଁ କାର
       ନିଜ ନେତ୍ରେ ମାତ୍ର ଥରେ|୧|
ଉପଲବ୍ଧ ତାହା ପ୍ରତ୍ୟେକ ପ୍ରାଣୀର
      ବଞ୍ଚି ଥିବା ଯାଏ ପ୍ରାଣୀ
ଜ୍ଞାନୀ କି ଅଜ୍ଞାନ ଦୃଶ୍ୟର ବାହାର
      ନପାରନ୍ତି କେବେଜାଣି|୨|
ପ୍ରତ୍ୟେକ ପ୍ରାଣୀର ଗୁଢ଼ତମତତ୍ତ୍ଵ
      ଜୀବନଅଦୃଶ୍ୟ ଜ୍ଞାନ
କଳ୍ପନା ସାଗର ମହା କଳ୍ପସିନ୍ଧୁ
      ବିଜ୍ଞଜନଦିବ୍ୟମାନ|୩|
ଜୀବନ ଅଦୃଶ୍ୟ ହେଲେହେଁ ଜଗତେ
      ପ୍ରାଣୀ ଦେହେ ଲୁଚି ଥାଏ
ଯେତେଚାହିଁଲେବି ଇଛୁକ ଲୋକର
     ଇଚ୍ଛାରେ କେବେ ନଥାଏ|୪|
ନାରୀର ଫୁଲରୁ କିବା ବୃକ୍ଷଲତା
     ମଧ୍ୟେ ହୁଏ ଉତ ପନ
କୋଟିକୋଟି ପ୍ରାଣୀ ଗର୍ଭାଶୟେ ଥାଏ
    ଦିବ୍ୟ ସୁନ୍ଦର ଜୀବନ|୫|
ପ୍ରକୃତି ପୁରୁଷ ଅଦ୍ଭୁତ ମୀଳନେ
      ଜନ୍ମହୁଏ ସନ୍ତାନର
ଏହିପରି ଯେତେ ଚାଲିଛି ବନ୍ଧନ
       ତହିଁ ଜନମିଛି ନର|୬|
ଜନମ ମରଣ ବାଳ ବୃଦ୍ଧା ଯୁବା
      ଯୁବକ ଯୁବତୀ କାଳେ
ଜୀବନ ଯୌବନ ହେଲେ ଆଗମନ
     ଜୀବ ଖେଳେ ତାଳେ ତାଳେ|୭|
କୀଟରୁ ପତଙ୍ଗ ଲତାରୁ ପାଦପ
    ତରୁ ତୃଣ ଫୁଲଫଳେ
ସଜୀବ ଜୀବନ ନିତି ଲୀଳା କରେ
      ଜୀବନଟା ପଳେପଳେ|୮|
ଜଳେ ସ୍ଥଳେ ନଭେ ଶୂନ୍ୟସମୀରଣେ
    ମାଟି ଅଛି ଯେଉଁ ସ୍ଥାନେ
ସେହିସେହି ସ୍ଥାନେ ଜୀବନ ସମ୍ଭବ
      ଦିବ୍ୟରୂପେ ଦିବ୍ୟ ଜ୍ଞାନେ||୯|
ଜୀବନଟା ଏକ ପ୍ରଭୁଖେଳ ଘର
      ରମଣିୟ ରଙ୍ଗମଞ୍ଚ
ତା ଭିତରେ ନିତି ବିହାର କରନ୍ତି
       ପଞ୍ଚଦେବ ପାଞ୍ଚ ପଞ୍ଚ|୧୦|
ଜୀବନକୁ କେବେ ଦେଖି ହୁଏ ନାହିଁ
      ଛୁଇଁ ହୁଏ ନିଜ ହାତେ
ସେ ଏକ ଅଦୃଶ୍ୟ ଶକତି ଜଗତେ
      ଚାଲେ ନାହିଁ କାହା ସାଥେ|୧୧|
ସବୁସ୍ଥାନେ ଥାଏ କେଉଁଠି ନଥାଏ
      ଜୀବନଟା ମନୋହର
ସବୁ ଗଢେ ସିଏ ସବୁଭାଙ୍ଗେସିଏ
     ଜୀବନଟା ଖେଳଘର|୧୨|
ସଂସାର ଭିତରେସମସ୍ତଙ୍କ ପ୍ରାଣ
     ସମାନ ଅଟଇ ଭାଇ
କିଛି ଦିନ ଖେଳେ ଶରୀର ଭିତରେ
     କ୍ଷଣେ ଯାଏ ସେ ଉଭାଇ|୧୩|
ଜୀବନର ତତ୍ତ୍ଵ ଅତି ଚମତ୍କାର
     ରାତିର ସପନଖେଳ
ଦିନରେ ଅଦୃଶ୍ୟ ଛାଇ ଲେଉଟାର
      ଅନ୍ଧକାର ଦିବ୍ୟ ମେଳ|୧୪|
ଜୀବନ ଶରୀରେ ଖେଳୁଥିବା ଯାଏ
      ହୋଇଥାଏ ଆପଣାର
ଘଟ ଛାଡ଼ି ଗଲେ ହୋଇଯାଏ ଦିନେ
      ଦୁନିଆର ଆରପାର|୧୫|
           

ଶ୍ରୀ ବିଦ୍ୟାଧର ମହାନ୍ତ

      ତମ୍ବା ହରା
   ହରି ଚନ୍ଦନ ପୁର , କେନ୍ଦୁଝର

Related posts

ସଫଳା ଦାସ ଙ୍କ କବିତା ଆମରି ବାପୁ 

Sunil Chandra Nayak

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ।

Sunil Chandra Nayak

Leave a Comment

error: Content is protected !!