ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଣ୍ଡା ରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଲାମୁଣ୍ଡା ତା-୧୦/୧୦ /ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୁଣ୍ଡା ଗ୍ରାମପଞ୍ଚାୟତ ପରିସରରେ ଆଜି ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଫୁଣ୍ଡା , ଫରଙ୍ଗ , ଦଶପୁର ଗ୍ରାମପଞ୍ଚାୟତ ସମେତ ବ୍ଳକର ଅନେକ ଗ୍ରାମପଞ୍ଚାୟତରୁ ଜନସାଧାରଣ ନିଜର ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ପାଇଁ ୪୭୦ ଜଣ ପଞ୍ଜିକରଣ କରିଥିବା ବେଳେ ୫୦ ଜଣ ଲୋକଙ୍କ ଅଭିଯୋଗର ସମାଧାନ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ୫୦ ଜଣ ଲୋକଙ୍କ ଅଭିଯୋଗର ସମାଧାନ କରିଥିଲେ ।ବିଡିଓ ଶ୍ରୀଧର ପଣ୍ଡା , ତହସିଲଦାର ଟିକୁନୁ ପୁଟା , ଡ.ସୁବ୍ରତ ମିଶ୍ର , ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ , ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଲ ଶବର , ସିଡିପିଓ ପ୍ରେମା ମଞ୍ଜରୀ ସାହୁ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣି ନାଏକ , ଗ୍ରାମୀଣ ଆବାସ ବିଭାଗର ବିପିସି ମଧୁ ସୁଦନ ସାହୁ , ସାମାଜିକ ସୁରକ୍ଷାର ଚନ୍ଦନ ବିହାରୀ , ବିପିଏମ ସୁଧାଂଶୁ ବିଶ୍ବାଳ , ଜଳ ଓ ପରିମଳ ଯତ୍ନୀ ସୁବାସ ପଣ୍ଡା , ଏଏଓ ଲିଙ୍ଗରାଜ ମେହେର , ନରେଗା ବିଭାଗର ଏପିଓ ଗୋପାଳ ମାଝୀ , ଏଭିଏସ ନେତ୍ର ପ୍ରକାଶ ଭାରତି , ଅତିରିକ୍ତ ଉଦ୍ୟାନ ଅଧିକାରୀ ନିହାରିକା ସାହୁ , କନିଷ୍ଠ ଯନ୍ତ୍ରୀ ଚିତ୍ତ ରଞ୍ଜନ ଜେନା , ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସରିତା ମାଝୀ , ଫୁଣ୍ଡା ସମିତି ସଭ୍ୟ ଉପେନ୍ଦ୍ର ନାଗ , ଫୁଣ୍ଡା ପିଇଓ ପ୍ରଶାନ୍ତ ନାଏକ , ବୋରଗୁଡା ପିଇଓ ଅଲେଖ ସାହୁ , ଦଶପୁର ସରପଞ୍ଚ ରଞ୍ଜନ ସାହୁ , ସମିତି ସଭ୍ୟ ଦୁର୍ଗେଶ୍ଵର ସାହୁ ଓ ସମସ୍ତ ଗ୍ରାମ ରୋଜକ ସେବକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଣୀ ଚିକିତ୍ସା , ଜଙ୍ଗଲ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ଉଦ୍ୟାନ ବିଭାଗ , ସମନ୍ବିତ ଶିଶୁ ବିକାଶ ବିଭାଗ , ସ୍ବାସ୍ଥ୍ୟ ବିଭାଗ , ଯୋଗାଣ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମପଞ୍ଚାୟତ ପରିସରରେ ଲୋକଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରାଯାଇଥିଲା ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତି ଶୀଳ ମସିହା,

Related posts

ଶାରୀରିକ ଭିନ୍ନକ୍ଷମ ବାଳିକା ଯାଜ୍ଞାସେନୀ ଙ୍କୁ ସହାୟତା ପାଇଁ ନିବେଦନ

Sunil Chandra Nayak

ଚିକିତ୍ସାଧିନ ଅବସ୍ଥା ରେ ଆଖିବୁଜି ଦେଲେ ଖଟିଆ ବୁହା ପ୍ରସୂତୀ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବଡ଼୍‌ ଖିଜ୍‌ନି

Sunil Chandra Nayak

Leave a Comment

error: Content is protected !!