ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପାପଡାହାଣ୍ଡି 11/10, ମନିସ —–ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ହେମଳତା ମାଝୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ | ଉଦଘାଟନୀ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧକ୍ଷା ସୁଶାନ୍ତ ବେହେରା, ଜୋନ 2 ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ, ଡିଏସଏସଓ ସୁଧାଂଶୁ କୁମାର ପାତ୍ର, ଏସଏସଓ ଜ୍ୟୋସ୍ନାରାଣୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ | ଏହି ଶିବିର ରେ ପାପଡାହାଣ୍ଡି ବ୍ଲକର 23 ଗୋଟି ପଞ୍ଚାୟତ ରୁ 393 ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ | 25 ଜଣ କୁ ଭତ୍ତା, 3 ଜଣକୁ ଡିଆରଆଇ ଲୋନ, 11 ଜଣକୁ ହୁଇଲ ଚେର, 12 ଜଣକୁ ଟ୍ରାଇ ସାଇକଲ,76 ଜଣକୁ ଶ୍ରବଣ ଯନ୍ତ୍ର,14 ଜଣକୁ ଆଶାବାଡି, 15 ଜଣକୁ ଚଲାବାଡ଼ି ପ୍ରଦାନ କିରାଯଇଥିଲା | ଏହି ଅବସରରେ 50 ଜଣକୁ କରୋନା ଟୀକା ଦିଆଯାଇଥିଲା | ଏଥି ସହ ଅସ୍ତି, କର୍ଣ,ନାସା, ବଧିର,ମାନସିକ ବିକାରଗସ୍ତ କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଶିବିରର ରେ ଡା.ଅଶୋକ ମହାପାତ୍ର,ଡା.ଦେବାଶିଷ ମହାପାତ୍ର, ଡା.ଅନନ୍ତ ଚନ୍ଦ୍ର ମେହେର, ଡା.ବିକାଶ ଗୁପ୍ତା, ଡା.ସାଲାମ ମଲ୍ଲିକ, ଡା.ଏସ.ପି. ପ୍ରଧାନ, ବିଭୁଦତ୍ତ ସେଟ୍ଟି, ଶିବ ପ୍ରସାଦ ସାହୁ, ନବଘନ ସାହୁ ଉପସ୍ଥିତ ରହି ଭିନ୍ନକ୍ଷମ କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ବେହେରା, ଜିପିଓ ସଚ୍ଚିଦାନନ୍ଦ ତ୍ରିପାଠୀ,ଯୋଗାଣ ଅଧିକାରୀ ରାଜେଶ କୁମାର ଶବର,ସଂଯୁକ୍ତା ଭତରା, ଈଶ୍ୱର ଚନ୍ଦ୍ର ବିଷୋୟୀ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!