ପାପଡାହାଣ୍ଡି 11/10, ମନିସ —–ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ହେମଳତା ମାଝୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ | ଉଦଘାଟନୀ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧକ୍ଷା ସୁଶାନ୍ତ ବେହେରା, ଜୋନ 2 ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ, ଡିଏସଏସଓ ସୁଧାଂଶୁ କୁମାର ପାତ୍ର, ଏସଏସଓ ଜ୍ୟୋସ୍ନାରାଣୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ | ଏହି ଶିବିର ରେ ପାପଡାହାଣ୍ଡି ବ୍ଲକର 23 ଗୋଟି ପଞ୍ଚାୟତ ରୁ 393 ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ | 25 ଜଣ କୁ ଭତ୍ତା, 3 ଜଣକୁ ଡିଆରଆଇ ଲୋନ, 11 ଜଣକୁ ହୁଇଲ ଚେର, 12 ଜଣକୁ ଟ୍ରାଇ ସାଇକଲ,76 ଜଣକୁ ଶ୍ରବଣ ଯନ୍ତ୍ର,14 ଜଣକୁ ଆଶାବାଡି, 15 ଜଣକୁ ଚଲାବାଡ଼ି ପ୍ରଦାନ କିରାଯଇଥିଲା | ଏହି ଅବସରରେ 50 ଜଣକୁ କରୋନା ଟୀକା ଦିଆଯାଇଥିଲା | ଏଥି ସହ ଅସ୍ତି, କର୍ଣ,ନାସା, ବଧିର,ମାନସିକ ବିକାରଗସ୍ତ କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଶିବିରର ରେ ଡା.ଅଶୋକ ମହାପାତ୍ର,ଡା.ଦେବାଶିଷ ମହାପାତ୍ର, ଡା.ଅନନ୍ତ ଚନ୍ଦ୍ର ମେହେର, ଡା.ବିକାଶ ଗୁପ୍ତା, ଡା.ସାଲାମ ମଲ୍ଲିକ, ଡା.ଏସ.ପି. ପ୍ରଧାନ, ବିଭୁଦତ୍ତ ସେଟ୍ଟି, ଶିବ ପ୍ରସାଦ ସାହୁ, ନବଘନ ସାହୁ ଉପସ୍ଥିତ ରହି ଭିନ୍ନକ୍ଷମ କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ବେହେରା, ଜିପିଓ ସଚ୍ଚିଦାନନ୍ଦ ତ୍ରିପାଠୀ,ଯୋଗାଣ ଅଧିକାରୀ ରାଜେଶ କୁମାର ଶବର,ସଂଯୁକ୍ତା ଭତରା, ଈଶ୍ୱର ଚନ୍ଦ୍ର ବିଷୋୟୀ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ