ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମାହାପାତ୍ର ଙ୍କ କବିତା ଦୁଃଖ ସୁଖ

    ଦୁଃଖ ସୁଖ

ଜୀବନରେ କେତେ ଆଲୁଅ
ଅନ୍ଧାର
ପାରିବାନି ଆମେ କହି
ଆଲୁଅ ଅଟଇ କ୍ଷଣିକ
ମାତର
ଅନ୍ଧାରତ ସରେନାହିଁ !
ଆଲୁଅଟା ପରା ଲିଭି ଗଲା ପରେ
ଅନ୍ଧାର ଆସଇ ଯେବେ
ଦୁଃଖମାଦିଆସେ ପାହାଡ଼
ସମାନ
ସୁଖ ସରିଯାଏ ବେଗେ !
ଆଣିଥାଏ ସୁଖ ସରସତା
ମନେ
ଦୁଃଖ ଆଣେ ବିଫଳତା
ଜାବୁଡି ଧରଇ ସବୁବେଳେ
ଦୁଃଖ
ହଜିଯାଏ ସରସତା !
ଦୁଃଖ ସୁଖ ଯେତେ ଅନ୍ଧାର
ଆଲୁଅ
ସବୁଏ ମଣିଷ ପାଇଁ !
ସୁଖର ସୁଆଦ ଚାଖିନାହିଁ
କେହି
ଦୁଃଖ ଯଦି ପାଇନାହିଁ !

ମଧୁସୂଦନ ମାହାପାତ୍ର

ନୀଳାଦ୍ରି ବିହାର ଝୁମ୍ପାଣ
ନଗୁଆ. ଯାଜପୁର

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

Sunil Chandra Nayak

ଭାଲୁ ଆକ୍ରମଣ ରେ ୩ ମୃତ ୨ ଗୁରୁତର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନୀଳାଦ୍ରି ବିଜେ କରିବ

Sunil Chandra Nayak

Leave a Comment

error: Content is protected !!