ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ପୌରାଞ୍ଚଳ ମହୁଲଢିହା ଏବଂ ବାଇଦାପୋଷୀ ଗ୍ରାମରେ ବିଜେଡ଼ିର ଲୋକ ସଂପର୍କ ପଦଯାତ୍ରା

ମୟୂରଭଞ୍ଜ-୧୧/୧୦/୨୨(ମସିହା) ମହାନ୍ ଐତିହାସିକ ଦିନ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ରୁ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ବିଜେଡି କର୍ମି ନେତୃବୃନ୍ଦଙ୍କୁ ବିଜେଡି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମସ୍ତଙ୍କ ଘରେ ପହଞ୍ଚି ଲୋକମାନଙ୍କୁ ସେବା ଦେବା,ସଂପର୍କ ଯୋଡିବା ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ମଙ୍ଗଳବାର ଦିନ ରାଇରଙ୍ଗପୁର ସହର ବିଜେଡି ତରଫରୁ ଜିଲ୍ଲା ସଦର ସଭାପତି କାଶୀନାଥ ହେମ୍ବ୍ରମ, ବରିଷ୍ଠ ବିଜେଡି ନେତା ଶୁସାନ୍ତ ଚୌଧୁରୀ (ମନୁ), ମହିଳା ସଭା‌ନେତ୍ରୀ ତନୁଜା ମହାନ୍ତ,ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ,ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୂରୀ,ପଞ୍ଚୁ ଲୋହାର,୧ ନମ୍ବର ଓ୍ବାର୍ଡ ବିଜେଡି କାଉନସିଲର ଅରୁଣ ପାଲ,ବାଇଦାପୋଷି ୨ନମ୍ବର ଓ୍ବାର୍ଡର କାଉନସିଲର ସୁକଦେବ ବେହେରା,୩ ନମ୍ବର ଓ୍ବାର୍ଡର କାଉନସିଲର ସୁଶାନ୍ତ ମହାନ୍ତ, ୪ ନମ୍ବର ଓ୍ବାର୍ଡ କାଉନସିଲର ଆରତୀ ମାରାଣ୍ଡି,୭ନମ୍ବର ଓ୍ବାର୍ଡର କାଉନସିଲର ଦେବସ୍ମିତା ଡଗରା,୮ ନମ୍ବର ଓ୍ବାର୍ଡର କାଉନସିଲର ପୂର୍ଣିମା ମହାନ୍ତ,୧୩ ନମ୍ବର ଓ୍ବାର୍ଡ କାଉନସିଲର ଧୀରା ବେଶ୍ରା ,୧୧ ନମ୍ବର ଓ୍ବାର୍ଡର କାଉନସିଲର ସାଇରୁନ ନେସା, ୧୪ ନମ୍ବର କାଉନସିଲର ଚନ୍ଦ୍ରକାନ୍ତି ସେଠୀ, ୧୨ ନମ୍ବର କାଉନସିଲର ଅନୁପ ମହାନ୍ତିଙ୍କ ସମେତ ବହୁ ଦଲିୟ କର୍ମି ଚ୍ଚକ ସଂପର୍କ ଓ ପଦଯାତ୍ରାରେ ସାମିଲ ହୋଇଥିଲେ । ଘରକୁ ଘର ବୁଲି ଲୋକମାନଙ୍କ ଦୁଃଖସୁଖ ଵୁଝିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା ବାର୍ତା ଦେଇଥିଲେ । ଯାହାର ସମସ୍ୟା ଅଛି ସ୍ଥାନୀୟ ନେତୃବୃନ୍ଦଙ୍କୁ ଜଣାଇଲେ ସେମାନେ ସହଯୋଗର ହାତ ବଢାଇବେ ବୋଲି ସାଧାରଣ ଓ୍ବାର୍ଡ ବାସୀଙ୍କୁ ଜଣାଇଥିଲେ । ଦଳର ପଦଯାତ୍ରାକୁ ସଫଳ କରାଇଥିବାରୁ ଏବଂ ଲୋକଙ୍କ ଅକୁଣ୍ଠ ସମର୍ଥନ ମିଳିଥିବାରୁ ସମସ୍ତ ଅଂଚଳବାସୀଙ୍କୁ ୧ ନମ୍ବର ଓ୍ବାର୍ଡ କାଉନସିଲର ଅରୁଣ ପାଲ ଏବଂ ୨ ନମ୍ବର ଓ୍ବାର୍ଡ କାଉନସିଲର ସୁକଦେବ ବେହେରା କୃତଜ୍ଞତା ଜଣାଇଛନ୍ତି 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୋଡ଼ାଗଡ଼ ଠାରେ ପ୍ରାକ ଦଶହରା ପାଳିତ         

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଜଗା କୁ ଜ୍ଵର

Sunil Chandra Nayak

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!