ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକାଳ ଜଣାଣ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

ସକାଳ ଜଣାଣ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ହେ ମନ ମୋହନ ଜଗତ ଜୀବନ
ପୀରତି ଭାବକୁ ଢାଳି
ଭକତି ଅନ୍ତର ମିନତି ହୃଦର
ଘେନା କର ବନମାଳି
ଚାରିଆଡ଼େ ତୁମେ ଦିଶ,
ତୁମର ସୁନ୍ଦର ଚେହେରା ଠାକୁର
ତୁମର ମଧୁର ହସ…..(୧)
ସରସ ସୁଗମ ଲାଗେ ଏହି ଧାମ
ତୁମ ଛତ୍ରଛାୟା ତଳେ
ପଥକୁ ଦେଖାଇ ପ୍ରେରଣା ଯୋଗାଇ
ସାଥେ ଅଛ ଭୁମଣ୍ଡଳେ
ଆଉ କିଛି ଲୋଡା ନାହିଁ,
କେବଳ ତୁମେ ହେ ସାଥେ ସାଥେ ଥିଲେ 
ସବୁ ପାଇଯିବି ସାଇଁ…(୨)
ଭରସା ବଢାଇ ସୁପଥେ ଚଳାଇ
କର୍ମ ଧର୍ମ ସବୁ ମୋର
ଶୋଭାମୟ କରି ରଖିବ ମୁରାରି
ଆନନ୍ଦ ଢାଳି ହୃଦର 
କରିବ ଏହି କରୁଣା,
ହେ ରମା ବଲ୍ଲଭ ପ୍ରଭୁରେ ଦୁର୍ଲ୍ଲଭ
ଭାବ ନ କରିବ ଉଣା….(୩)

ଫୁଲବାଣୀ, କନ୍ଧମାଳ

Related posts

ସାହିତ୍ୟ ଅଗଣା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କାହାକୁ କହିବି 

Sunil Chandra Nayak

Leave a Comment

error: Content is protected !!