Uncategorizedକବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକାଳ ଜଣାଣ by Sunil Chandra NayakOctober 13, 20220179 Share4 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସକାଳ ଜଣାଣ କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ହେ ମନ ମୋହନ ଜଗତ ଜୀବନ ପୀରତି ଭାବକୁ ଢାଳି ଭକତି ଅନ୍ତର ମିନତି ହୃଦର ଘେନା କର ବନମାଳି ଚାରିଆଡ଼େ ତୁମେ ଦିଶ, ତୁମର ସୁନ୍ଦର ଚେହେରା ଠାକୁର ତୁମର ମଧୁର ହସ…..(୧) ସରସ ସୁଗମ ଲାଗେ ଏହି ଧାମ ତୁମ ଛତ୍ରଛାୟା ତଳେ ପଥକୁ ଦେଖାଇ ପ୍ରେରଣା ଯୋଗାଇ ସାଥେ ଅଛ ଭୁମଣ୍ଡଳେ ଆଉ କିଛି ଲୋଡା ନାହିଁ, କେବଳ ତୁମେ ହେ ସାଥେ ସାଥେ ଥିଲେ ସବୁ ପାଇଯିବି ସାଇଁ…(୨) ଭରସା ବଢାଇ ସୁପଥେ ଚଳାଇ କର୍ମ ଧର୍ମ ସବୁ ମୋର ଶୋଭାମୟ କରି ରଖିବ ମୁରାରି ଆନନ୍ଦ ଢାଳି ହୃଦର କରିବ ଏହି କରୁଣା, ହେ ରମା ବଲ୍ଲଭ ପ୍ରଭୁରେ ଦୁର୍ଲ୍ଲଭ ଭାବ ନ କରିବ ଉଣା….(୩) ଫୁଲବାଣୀ, କନ୍ଧମାଳ