ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଜଲକ୍ଷ୍ମୀ ପୂଜାପାଇଁ ଉତ୍ସବ ମୁଖର ଜୁନାଗଡ଼ ସହର

ଜୁନାଗଡ଼,୧୩/୧୦(ମ ନି ସ) ଜୁନାଗଡ଼ ସହରରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ଚାଲିଥିବାବେଳେ ଏଥିନେଇ ସାରା ସହର ଉତ୍ସବ ମୁଖର ହୋଇ ପଡିଛି। ସହରର ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ଓ ମାରବାଡ଼ି ପଡା ଦୁର୍ଗା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଉଛି।ଏହିସବୁ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ, ସୁନ୍ଦର ଅଲୋକମାଲରେ ସଜ୍ଜିତ କରାଯାଇଛି। କୁମାର ପୁର୍ଣିମାରୁ ଆରମ୍ଭ ହୋଇଥିବା ଧନଦାତ୍ରୀମା ଲକ୍ଷ୍ମୀଙ୍କ ପୂଜା ସାତଦିନ ଧରି ଅନୁଷ୍ଠିତ ହେବ।ଏଥିନେଇ ପ୍ରତେକ ପୂଜା କମିଟି ତରଫରୁ ବ୍ୟାପକ ଆୟୋଜନ କରାଯାଇଛି।ପ୍ରତେକ ଦିନ ଅନ୍ନଭୋଗ ଓ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଛି। ବିଭିନ୍ନ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ଗଜଲକ୍ଷ୍ମୀ ପୂଜା ନେଇ ସହର ଉତ୍ସବ ମୁଖର ହେବାସହ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି।ଏପଟେ ଦୈନିକ ବଜାର ପଡ଼ିଆରେ ମିନା ବଜାର ଏବଂ ପୂଜା ସ୍ଥଳରେ ଅସ୍ଥାୟୀ ଦୋକାନ ବଜାର ଖୋଲିଛି। ପୂଜା ମଣ୍ଡପ ଏବଂ ଏହିସବୁ ସ୍ଥାନରେ ପ୍ରବଳ ଜନଗହଳି ହେଉଛି। । ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ପୁରୁଣା ବସଷ୍ଟାଣ୍ଡ,ନୁଆ ବସଷ୍ଟାଣ୍ଡ ଅଂଚଳରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଯାଉଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନର୍ମଦା ନାୟକ ଙ୍କ କବିତା ହୃଦୟ

Sunil Chandra Nayak

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ,  ଆୟତ୍ତ କଲା ଅଗ୍ନିଶମ ବିଭାଗ

Sunil Chandra Nayak

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

Sunil Chandra Nayak

Leave a Comment

error: Content is protected !!