ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଆମର୍ କଥା ତୁମର୍ ଲଥା

 ଆମର୍ କଥା ତୁମର୍ ଲଥା

କହେବାର୍ ଲୁକେ କେତେ କଥା କହେବେ 
ଆମେ ଶୁନୁଥିମା ସିନା
କାହାର୍ କାମ୍‌ ଅସ୍‌ଲି କେନ୍‌ଟା ନକ୍‌ଲି 
କେନ୍‌ତା ପଡ଼୍‌ବା ଜନା।୧
ଆମର୍ ଘରେଁ ସୁର୍‌ଷୋ ଫୁଟ୍‌ଲେ
କହେବ ଫୁଟୁଛେ କାଏଁ ବମ୍ 
ତୁମର୍ କଥା ସବୁ ଗୁପତ୍ ରହେସି
ନାଇଁ ହୁଅନ୍ ହୋ ବମ୍।୨
ଆମର୍ ଟୁକେଲ୍ ଟ୍ଯୁସନ୍ ପଢିଗଲେଁ 
ମାଷ୍ଟର୍ ସାଂଗେଁ ଯିବା ଫସି 
ତୁମର୍ ଘରେଁ ଡିଁଡ଼ା ଡୁମେର୍ ଖାଏଲେଁ 
‘ ନିଉ ଏକ୍‌ସ୍‌ପେରିମେଂଟ୍‌ ‘ ହେସି।୩
ହଜାରେ ଟଁକିଆ ନୋଟ୍‌ ଦେଖ୍‌ବାର୍‌
ଆମର୍ ଲାଗି ସେଟା ସପନ୍ 
କୁଟିକୁଟି ‘ ଡଲାର୍‌ ‘ ବନେଇ କରି
ଗେଫିଦେସ ଦେଶର୍ ଧନ୍।୪
ଦୁଇଦିନ୍‌ ଗେଜେଟେଁ ବାହାର୍‌ବା ଫଟୁ
ଫେର୍ ଯେନ୍‌ଟାକେ ସେନ୍‌ଟା
ପଏସା ହାତେଁ ଥିଲେଁ କିଛି ନି ବିଗ୍‌ଡ଼େ
କାହାର୍ ହଉଛେ କାଏଁ ଘାଟା?୫
କହେସନ୍‌ ଲୁକେ ଖେଲୁଛନ୍ ଚାଲ୍
ମତେ ଫସାବାର୍ ଲାଗି
ସିଂହ୍ ବାଗିର୍ ରପ୍‌ଟିଲା ପୁଲିସ୍ ବାବୁମାନେ
ମୂଷା ଲେଖେଁ ଆଏସନ୍ ଭାଗି।୬
ପଚ୍‌ରାଲେଁ କହେବେ ଆମର୍ କାମ୍
କରୁଛୁଁ ଯେନ୍‌ଟା ଆଇନ୍
ଚାକ୍‌ରିକେ ଭିଲ୍‌ ବଁଚାବାକେ ପଡ଼ୁଛେ
ନାଇଁ ତ ଘର୍ ହେବା ଶୂଇନ୍।୭
ଖେତୁଁ ଖଲୁଁ ଆସି ଥିର୍ ଢୁକେ ପିଇଲେଁ 
ମାଡ଼ି ଆଏସି ଆମକୁଁ ଝୁମ୍‌ରା
ମଠିଏ ମଦ୍ ଢେଁକ୍‌ଲି ଡଲା ଡଲା ଗେଫି
ହେସ ସାରା ରାଏତ୍ ଉସ୍‌ନିଦ୍ରା।୮
ଆମର୍ ଝି ବହ ଧାଂଗ୍‌ରି ବଏସୁଁ 
ଦେଖ୍‌ବାର୍‌କେ ଲାଗ୍‌ସନ୍‌ ବୁଢ଼ୀ
ତମର୍ ଝି ବହ ମୁର୍‌ଝେଇ ଗଲେଁ 
କହେସ ତାହାକୁଁ ଫୁଲ୍‌କଢ଼ି।୯
ଆମର୍ ଟୁକ୍‌ଲେ କେନ୍‌ତା ହଁସ୍‌ବେ
ହଁସ୍‌ଲେଁ କହେବ ଦାଁତ୍‌ରି 
ତମର୍ ଦାଁତ୍‌ରି ଟୁକେଲ୍ ସବୁ ଦାତେଁ
ସୁନା ଲଗେଇଛେ ଭଅଁରି।୧୦
ଆମର୍ ନନୀ ଝୁଁଟି ଲେଖେଇଛେ କୁହୁନିନ 
କହେସ ତାହାକେ ଆଦିବାସୀ
କେଡ଼େ ଯୁଦ୍ଧା ‘ ଟେଟୁ ‘ ତୁମର୍ ଝି’ର୍‌ ପିଠିଁ
ଗଲାଲୋକ୍ ଉଲ୍‌ଟି ଦେଖ୍‌ସି।୧୧
ଡାକ୍ତର୍ ଖାନାକେ ଯିବାର୍‌କେ ନିପଡ଼େ
ଘରେଁ ଯାଏସୁଁ ଆମେ ପାହି
ଗୁପତ୍ କୁଠିଥିଁ ଯତ୍‌ନାସନ୍ ତୁମକୁଁ 
କାଏଁ ବେମାର୍ ନି’ପାର କହି।୧୨
ତୁମର୍ ସବୁ କାମ୍ ଗଡ଼୍‌ବଡ଼୍‌ ଥିଲେଁ 
ସଭେ କହେବେ ଠିକ୍‌ଠାକ୍
ଆମର୍ କାମ୍ ଟିକେ ଢିଲା ହେଇଗଲେଁ
ଫଟାସନ୍‌ ଆମର୍‌ ନାକ୍‌ ।୧୩
ଆମର୍ ଛୁଏ ବନ୍ଏ ପାଠ୍ ପଢ଼୍‌ଲେଁ
ତମର୍ ଗିଜେଁ ଲାଗ୍‌ସି ମିର୍‌ଚା
ତମର୍ ଛୁଆ ପୁତା ଫେଲ୍‌ ହେଲେଁ ବଲ୍‌ସ
‘ ଫାଲ୍‌ତୁ ପାଠେଁ ନାଇଁନ ଇଚ୍ଛା ‘। ୧୪। 
ଚାକିରି ନାଇଁ କରେ ମୋର୍ ପିଲା
ପଢ଼ିକରି କର୍‌ବାକେଁ କାଣା?
‘ ବିଜ୍‌ନେସ୍‌ ଲାଇନ୍‌’ଥିଁ ‘ ପଲିଟିକ୍‌ସ୍‌ ‘ କର୍‌ବା
ଇ କଥା ଆଘୋନୁ ଜନା।୧୫
ବୁତଲ୍ ବୁତଲ୍ ଢେଁକ୍‌ଲିବା ପହେଲା 
ହୁଦେ ଟୁକେଲର୍ ପଛ ଧରି
ଇ ‘ ବିଜ୍‌ନେସ୍‌ ଟ୍ରେନିଂ ‘ ନୁ ଉଭ୍‌ରି ପାର୍‌ଲେଁ 
‘ପଲିଟିକ୍‌ସ୍‌’ କର୍‌ବା ଜୋର୍ କରି।୧୬
ଆମର୍ କାମ୍ ତୁମ୍‌କୁଁ ବଡ଼େ ଅସ୍‌କଟିଆ
ଆମେ ନି’କରୁଁ ତୁମର୍ କାମ୍
ସେଥିର୍ ଲାଗି ନି’ମିଶୁଁ ତୁମର୍ ସାଂଗେଁ
ଦୂରୁଁ କର୍‌ସୁଁ ରାମ୍ ରାମ୍।୧୭
ରାମ୍ ରାମ୍ ଶୁନି ଭାବିଦେସ ଇ ଶଲେ
ସବୁ ଡୁଡ଼ୁମ୍ ପାଏନ୍‌ବେଡ଼ା
ଇଜତ୍ ଗୁଆଁଲେଁ ବର୍ତି ନି’ପାର ପୁହେ
ଉଠାମୁଁ ପାଁଚ୍ ହାତିଆ ଗେଡ଼ା।୧୮

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ଫମ୍ପା ପୀୟୂଷ

Sunil Chandra Nayak

ସଡ଼କ ଦୁର୍ଘଟଣା ରେ ଶିକ୍ଷକ ଙ୍କ ମୃତ୍ୟୁ

Sunil Chandra Nayak

ରେଣୁ ମାଝୀଙ୍କୁ ନ୍ଯାର୍ଯ୍ଯ ଦାବି ପାଇଁ ଆମ ଆଦମୀ ପାର୍ଟିର ଗଣଧାରଣା ୧୮ ଦିନ ରେ ପହଞ୍ଚିଲା

Sunil Chandra Nayak

Leave a Comment

error: Content is protected !!