ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତ

ଚନ୍ଦାହାଣ୍ଡି,(୧୨/୦୮/ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମହୋରା ପଞ୍ଚାୟତ ର ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କୃମି ନାଶକ ଦିବସ ଉଦଘାଟିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଧର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନୀଷ ପୁରୋହିତ, ଉପସ୍ଥିତ ରହି ଜାତୀୟ କୃମି ନାଶକ ଦିବସ ପାଳନର ଉପାଦେୟତା ବିଷୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ପ୍ରତିବର୍ଷ ୨ଥର ଲେଖାଏଁ କୃମି ନାଶକ ଦିବସ ପାଳନ କରାଯାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା “ଆଶା ସଂଯୋଜକ-ସଂଗ୍ରାମ ପଣ୍ଡା,ଚନ୍ଦାହାଣ୍ଡି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ନୀଳକଣ୍ଠ ଦାଶ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବାହମଣି ହେମ୍ବ୍ରମ, ପୋଗ୍ରାମ ମ୍ୟାନେଜର ସୁଦୀପ୍ତ ରଞ୍ଜନ ରାଉତ, ମହିଳା ଓ ଶିଶୁ ବିକାଶ ବିଭାଗ ର ପରିଦର୍ଶିକା ଦଲିଲା ଖୋସଲା, ଫୁଲସରା ବୋତ୍ରା,ସି.ଏଚ.ଓ.ଲୁଧିଆ ହରିଜନ,ନାରାୟଣ ବାଘ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କୃମି ନାଶକ ଦିବସ ରେ ସମସ୍ତ ଛାତ୍ର ଛାତ୍ରୀ କୃମିନାଶକ ବଟିକା ଖାଇ ବିଭିନ୍ନ ରୋଗରୁ ଦୁରେଇ ରହିବା ପାଇଁ ପରାମର୍ସ ଦେବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ କୃମି ନାଶକ ବଟିକା ଖୁଆଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଶ୍ରୀ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନରେ ଶ୍ରୀରାମ ଲୀଲା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ମା

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!