ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ଆତ୍ମୀୟତା

ଆତ୍ମୀୟତା

              ସନ୍ତୋଷ କୁମାର ସାହୁ

କେମିତି କେଜାଣି ଦେଖ
ହଜିଯାଇଛି 
ଆତ୍ମୀୟତାର ହସ
ମନ ଯେଉଁଠି ଖୋଜୁଛି
ସମୁଦ୍ରଯାକର ଶୋଷରେ
କାଣିଚାଏ ହସର ଆୟୁଷ।
ପ୍ରତିଟି ମୁହୂର୍ତ୍ତ ଏବେ
ତୁମ ଇଚ୍ଛାର ସ୍ଵପ୍ନ
ଭୂମିରୁ ପରିବ୍ୟାପ୍ତ ଆକାଶ
ଝାମ୍ପ ମାରିବାର ଶ୍ଲେଷ
ପରସ୍ତ ପରସ୍ତ ଚରିଯାଏ
ଇନ୍ଦ୍ରଧନୁର ଅବଶୋଷ ।
ଆଖିର ନୀରବ ପୃଷ୍ଠାରେ
ତୁମ ଆତ୍ମୀୟତାର ଛାପ
ହୃଦୟେ ହୃଦୟ ଭରା କୋହ
ତୁମପାଇଁ… ଯୁଗଯୁଗ ପାଇଁ
ଏ କଣ ନୁହେଁ ପର୍ଯ୍ୟାପ୍ତ ?
ଯଦି କେବେ ଆସ ପୁନର୍ବାର
ନିଜ ଅଜାଣତେ
ଅଦିନିଆ ବର୍ଷାପରି 
ପ୍ରୀତିର ଫଲଗୁ ବିଛାଇ
କୋଳେଇ ନେଵ ମୁହୂର୍ତ୍ତ
ପୃଥିବୀର ପ୍ରଶସ୍ତ ଛାତିରେ ।
ଆପଣାଇ ନେବ ନିଶ୍ଚିତ
ଖୁସିର ଅଶ୍ରୁ ଢାଲିବ ଆକାଶ
ମନେ ମନେ ସ୍ମରି 
ପୂର୍ବ ମିଳନର ମଧୁର ମୁହୂର୍ତ୍ତ
ଭ୍ରମର ଗାଇବ ପ୍ରୀତିର ସଙ୍ଗୀତ 
ପୁଷ୍ପ ବାଟିକାର ଚତୁଃଷ୍କୋଣରେ 
ତୋଳିନେବ ଜୀବନ ରାଗିଣୀ
ପ୍ରୀତି ଇଲାକାରୁ ନିଜସ୍ଵ ଢଙ୍ଗରେ
ସଂଚରିଯିବ ଆତ୍ମୀୟତା
ଅଦୃଶ୍ୟ ମନ ଆଇନାରେ ।

ନବରଙ୍ଗପୁର

Related posts

ସସ୍ମିତେଶ ସାହୁ ଙ୍କ କବିତା ପ୍ରେମ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସିଙ୍ଗାରୀ ଘାଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା

Leave a Comment

error: Content is protected !!