ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମୁଁ ମଣିଷ ।।

।। ମୁଁ ମଣିଷ ।।

            

             କୈଳାସ ଚ଼ନ୍ଦ୍ର ପାଢ଼ୀ 

ମୁଁ ମଣିଷ !
ମୋ ସ୍ବାର୍ଥକୁ ଚାହିଁ
କ୍ରିୟା-ପ୍ରତିକ୍ରିୟା
           କରୁଥାଏ ମୁହିଁ ପ୍ରକାଶ ।।
ମୁଁ ମଣିଷ !
ସକଳ ଜୀବର ଜୀବେଶ
କେବେ ସୃଜିପାରେ
ଇନ୍ଦ୍ରଧନୁ ମୁଁ
         କେବେ ସୃଜେ ଝଡ଼ ବତାସ।।
ମୁଁ ମଣିଷ !
କେବେ ଦ୍ରାଘିମାର
ରେଖା ବିନ୍ଦୁ ଟାଣେ
         କେବେ ସାଜି ଥାଏ ଅକ୍ଷାଂଶ
ବାକ୍ୟରେ କେବେ
ପୂର୍ଣ୍ଣତା ଆଣେ
        କେବେରଖିପାରେ ବାକ୍ୟାଂଶ।।
ମୁଁ ମଣିଷ !
ଆଶା ଆକାଙ୍କ୍ଷାର ବିଶ୍ବାସ
(ପୁଣି)ନିରାଶା ମରୂରେ ଆଶ୍ବାସ
ମୁଁ ଜୀବନ୍ମୃତ ପ୍ରାଣ ନିଶ୍ବାସ
(ପୁଣି)ଭରସା ବିହୀନ ପ୍ରଶ୍ବାସ।।
ମୁଁ ମଣିଷ ! ………………………. ଅମୃତ ଭରା କଳସ
କେବେ ପୁଣି ହା..ହୂତାସ
ଜଳି ଯାଇପାରେ
ଜାଳି ଦେଇପାରେ
           କେବେସାଜେ ରୂଦ୍ରତାପସ।।
            

କୁମାର ପୁର।ଅନନ୍ତ ପୁର

ବାସୁଦେବପୁର।ଭଦ୍ରକ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ : ସାରଦା 

Sunil Chandra Nayak

ଜିଲ୍ଲା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ବଜ୍ରପାତ ଏବଂ ସର୍ପ ଦଂଶନରେ ନିହତ ପରିବାର’ଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!