ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପୁଣି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନନ୍ତି: ଜଣେ ମୃତ ଅନେକ ଆକ୍ରାନ୍ତ

ଚିକିତ୍ସା ପାଇଁ ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନା ବଦଳରେ ଗଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର 

ତେନ୍ତୁଳିଖୁଣ୍ଟି-୧୩/୧୦/୨୨:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ରେ ଦିନକୁ ଦିନ ଭର୍ତ୍ତି ହେବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା । ଆଖ ପାଖ ଅଞ୍ଚଳ ପରେ ବର୍ତ୍ତମାନ କଳାହାଣ୍ଡି ଜିଲାରୁ ଆଜି ୨ଜଣ ଭର୍ତ୍ତି ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଥମିବାର ନା ନେଉନି ଅଜଣା ଝାଡାବାନ୍ତି ରୋଗ। ଯୋଡି ଯୋଡି ଚାଲିଛି ମୃତ୍ୟୁ ସଂଖ୍ୟା। ସାଧାରଣତଃ ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳ ଗୁଡିକରେ ଏହା ବ୍ୟାପୁଥିବା ସୂଚନା ଆସୁଛି। ଗତ ୬ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଭାବେ ପରିଚିତ ପୋଡାପଦର ପଞ୍ଚାୟତର ଭିତରଡୁଙ୍ଗା ଗ୍ରାମର ଘାସେନ ମାଝୀ(୬୫)ଙ୍କ ଝାଡାବାନ୍ତି ରୋଗରେ ବୁଧବାର ସଂଧ୍ୟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଏଥିସହିତ ଏହି ଗ୍ରାମରେ ବର୍ତ୍ତମାନ ଅନେକ ଆକ୍ରାନ୍ତ ଥିବା ଜଣାପଡିଛି।ଏମାନଙ୍କ ମଧ୍ୟରୁ ପୋଡାପଦର ପଞ୍ଚାୟତର ପୁର୍ବତନ ସରପଞ୍ଚ ମଣି ମାଝୀ(୨୮) ଏବଂ ମୃତକ ଘାସେନ ମାଝୀଙ୍କ ବୋହୁ ସମାଏ ମାଝୀ(୪୦) ମଧ୍ୟ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ପଡିରହିଥିବା ବେଳେ ମଣି ମାଝୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ବୋଟ ଅମ୍ବୁଲାନ୍ସ୍ ଯୋଗେ ଇନ୍ଦ୍ରାବତୀ ଜଳଭଣ୍ଡାରେ ପାରହୋଇ ପୋଡ଼ାଗଡ଼ ନଦୀବନ୍ଧ ରେ ଅଣାଯାଇଥିଲା । ସେଠାରୁ ୧୦୮ଆମ୍ବୁଲାନ୍ସ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। କିନ୍ତୁ 108 ଆମ୍ବୁଲାନ୍ସ କୁ ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନା ସଂଯୋଗ କରାଯିବା ପାଇଁ ଲେଖାଯାଇଛି ବୋଲି ନବରଙ୍ଗ ପୁର ଜିଲ୍ଲା ଚିକିତ୍ସା ଅଧିକାରୀ କହିବାର ଦେଢ଼ ମାସ ପରେ ମଧ୍ୟ କାର୍ଯ୍ୟ କାରୀ ହୋଇନଥିବା ଉଦବେଗ ବିଷୟ।ଦୁର୍ଗମ ଜଳବନ୍ଦୀ ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ନଥିବା ବେଳେ ଦେଶୀ ଡଙ୍ଗା ଏବଂ ସରକାରୀ ଯନ୍ତ୍ର ଚାଳିତ ଡଙ୍ଗା ଉପରେ ଭରସା ଏ ଅଞ୍ଚଳ ବାସୀଙ୍କ ଜୀବନ।ଏପରି ସ୍ଥଳେ ସ୍ବାସ୍ଥ୍ୟ ସେବା ମଧ୍ୟ ଅପହଞ୍ଚ। ସେମାନଙ୍କ ପାଇଁ ସ୍ୱଳ୍ପ ଦୂରତା ଖାତିଗୁଡା କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଅଞ୍ଚଳର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ସେବା ଖାତିଗୁଡା ପ୍ରକଳ୍ପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗାଇବା ଜରୁରୀ ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

୧୨ ବର୍ଷ ଶିକୁଳିରେ ବନ୍ଧା ପଡ଼ିଥିଲେ ବାରବଖରା ଗାଁ ର ୨ ଭାଇ,ଘଟଣା ର ୩ ବର୍ଷ ଚିକିତ୍ସା ପରେ ସୁସ୍ଥ ହୋଇ ଗାଁ କୁ ଫେରିଲେ

Sunil Chandra Nayak

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ ପରିସରରେ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅଷ୍ଟେଓପାଥୀ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!