ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ୫ମ ଦିବସ ପାଳିତ

ଢେଙ୍କାନାଳ(ମ ନି ସ)14/10  ଆଜି ଢେ଼ଙ୍କାନାଳ ଲକ୍ଷ୍ମିବଜାର ସ୍ଥିତ ହୀରକ ଜୟନ୍ତୀ ର ପଞ୍ଚମ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ , ସମ୍ମାନିତ ଅତିଥି କାଉନସିଲର ଲକ୍ଷ୍ମୀପ୍ରିୟା ଦଳେଇ , ପୂର୍ବତନ ଲକ୍ଷ୍ମୀପୂଜା ର ସଭାପତି ବିଶ୍ଵନାଥ ବେହେରା , ପ୍ରଭାକର ବେହେରା, ପଦ୍ମଭୂଷଣ ସାହୁ, ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲ, ସମ୍ପାଦକ ରବି ନାରାୟଣ ବେହେରା, ଙ୍କ ଉପସ୍ଥିତିରେ ୭୫ ତମ ହୀରକ ଜୟନ୍ତୀ ସମାରୋହ ପାଳନ ହୋଇଥିଲା । ଆଜି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ମହାଲକ୍ଷ୍ମୀଙ୍କ ପାଖରେ ଆଳତୀ କରିଥିଲେ। ମଞ୍ଚ ଉପରେ ଅତିଥି ମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ବ୍ୟାଚ ପ୍ରଦାନ କରାଯାଇଥିଲା। ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ୭୫ ତମ ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କରିଥିଲେ। ଆଗକୁ ଏହାର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଲକ୍ଷ୍ମି ବଜାରର ନିଆରା ପର୍ବ ଲକ୍ଷ୍ମୀ ପୂଜା। ଅତିଥି ମାନଙ୍କୁ ଆଜି ସମ୍ବର୍ଦ୍ଧନା କରାଯାଇଥିଲା।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ରିପୋର୍ଟ

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

masiha

ଉତ୍କେଲାରେ ସରପଞ୍ଚ ନରେନ୍ଧ୍ର ମାଝି ସମିତିସଭ୍ୟ ତ୍ରିନାଥ ମାଝି ବିଜୟ

Sunil Chandra Nayak

Leave a Comment

error: Content is protected !!