ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ଶାଖା ଅଭିକର୍ତା ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିଶ୍ରାମ ଧାରଣା

 ସର୍ବ ଭାରତୀୟ ଅଭିକର୍ତା ସଙ୍ଘର ନିଷ୍ପତ୍ତି କ୍ରମେ ବିଭିନ୍ନ ଦାବି ନେଇ ଅଭିକର୍ତା ସଙ୍ଘ ଫୁଲବାଣୀ ଶାଖା ପକ୍ଷରୁ ଉପ ସଭାପତି ସୁଜ୍ଞାନ କୁମାର ପାତ୍ର ଓ ସମ୍ପାଦକ ଅମୀୟ କୁମାର ବେହେରା ଙ୍କ ନେତୃତ୍ୱରେ ଫୁଲବାଣୀ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅଭିକର୍ତା ମାନଙ୍କର ଦାବୀ ଗୁଡିକ ପୂରଣ ନିମନ୍ତେ ତା ୧୧/୧୦/୨୦୨୨ ରିଖ ଠାରୁ ତା ୧୪/୧୦/୨୦୨୨ ରିଖ ପର୍ଯ୍ୟନ୍ତ ସମସ୍ତ ଅଭିକର୍ତା ଙ୍କର ଉପସ୍ଥିତ ରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଅଭିକର୍ତା ମାନଙ୍କର ଦାବୀ ଗୁଡ଼ିକ ମଧ୍ୟରେ ରହିଛି ପୋଲିସି ହୋଲ୍ଡର ଙ୍କର ବୋନସ ବୃଦ୍ଧି,ଜିଏସ୍ଟି ଉଚ୍ଛେଦ,ପୋଲିସି ହୋଲ୍ଡେର ଲୋନ ନେଲେ ଲୋନ ଉପରେ ସୁଧ କମ କରିବା,ଅଭିକର୍ତା ଙ୍କର ଗ୍ରାଚ୍ୟୁଟି ବଡିବା,ପେନସନ ଫଣ୍ଡ କ୍ରିଏଟ କରିବା,ଆଇ ଆର ଡି ଏ ର ଆଇନ କୁ ସଂଶୋଧନ କରିବା,ଅଭିକର୍ତା ଙ୍କର ପିଲାମାନଙ୍କ ପାଇଁ ଏଜୁକେସନ ଲୋନ ସୁବିଧା କରିବା,ରିନୂଆଲ କମିଶନ ବୃଦ୍ଧି କରିବା,ପ୍ରମୁଖ ଦାବି ଗୁଡ଼ିକ ରହିଛି।ଉକ୍ତ ଶାନ୍ତି ପୂର୍ଣ୍ଣ ଧାରଣା ରେ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼, ବରିଷ୍ଠ ଅଭିକର୍ତା କାଳିଚରଣ ପ୍ରଶାନ୍ତଜେନା,ଅରୁପ ନାରାୟଣ ପଟ୍ଟନାୟକ, ସତ୍ୟାନନ୍ଦ ପୁରହିତ,ବନମାଳୀ ମହାପାତ୍ର,କିଷାନ ଖମାରି, ଚକ୍ରଧର ନାୟକ,ପ୍ରକାଶ ବଘାର,ସୋମନାଥ ରଣା,ପୀତବାସ ସାହୁ ଏବଂ ଅନ୍ୟ ଅଭିକର୍ତା ମାନେ ଶାନ୍ତି ପୂର୍ଣ୍ଣ ଧାରଣା ରେ ସାମିଲ ହୋଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଅଟକ

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

Sunil Chandra Nayak

ରାଜନୈତିକ ପଶାପାଲି ରେ ଚାପି ହୋଇଯାଇଛି ଧର୍ମଗଡ ଆଇଟିଆଇ

Leave a Comment

error: Content is protected !!