ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ଝୁଲନ୍ତା ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

ମୟୂରଭଞ୍ଜ -୧୪/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଅଧିନସ୍ଥ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର କେନ୍ଦ୍ରେଇ ଗ୍ରାମର ଜନୈକ ମହିଳା ଗୁରୁବାର ଅପରାହ୍ନ ୪ଟା ପାଖାପାଖି ସମୟରେ ଘର ଭିତରେ ଫାଶି ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କେନ୍ଦ୍ରେଇ ଗ୍ରାମର ମୋଙ୍ଗିଲାଲଙ୍କ ପତ୍ନୀ ବନିତା ବେହେରା (୨୯) ଫାଶି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଶୁକ୍ରବାର ଦିନ ଘଟଣାସ୍ଥଳରେ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭୭/୨୨ ରୁଜୁ କରି ଶବକୁ ବ୍ୟବଛେଦ କରାଇ ସଂପର୍କୀୟ ଙ୍କୁ ହସ୍ତାନ୍ତର କରିଛି । ମହିଳାଙ୍କ ବାପଘର ଲୋକେ ବଧୂ ନିର୍ଯାତନା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ପୋଲିସ ତଦନ୍ତ ପରେ ଅସଲି ତଥ୍ୟ ଲୋକଲୋଚନକୁ ଆସିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସସ୍ମିତା ପଣ୍ଡା ଙ୍କ କବିତା ତୁମେ ହିଁ ତୁମେ

Sunil Chandra Nayak

କୋକସରା ଓ ଲଡୁଗାଁ ରେ ଶିକ୍ଷକ ଙ୍କ ତାଲିମ ଶିବିର

ବାଲାଜି ସେଠୀ ଙ୍କ କବିତା ଡାକନାହିଁ ମୋତେ…

Sunil Chandra Nayak

Leave a Comment

error: Content is protected !!