ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ଝୁଲନ୍ତା ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

ମୟୂରଭଞ୍ଜ -୧୪/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଅଧିନସ୍ଥ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର କେନ୍ଦ୍ରେଇ ଗ୍ରାମର ଜନୈକ ମହିଳା ଗୁରୁବାର ଅପରାହ୍ନ ୪ଟା ପାଖାପାଖି ସମୟରେ ଘର ଭିତରେ ଫାଶି ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କେନ୍ଦ୍ରେଇ ଗ୍ରାମର ମୋଙ୍ଗିଲାଲଙ୍କ ପତ୍ନୀ ବନିତା ବେହେରା (୨୯) ଫାଶି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଶୁକ୍ରବାର ଦିନ ଘଟଣାସ୍ଥଳରେ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭୭/୨୨ ରୁଜୁ କରି ଶବକୁ ବ୍ୟବଛେଦ କରାଇ ସଂପର୍କୀୟ ଙ୍କୁ ହସ୍ତାନ୍ତର କରିଛି । ମହିଳାଙ୍କ ବାପଘର ଲୋକେ ବଧୂ ନିର୍ଯାତନା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ପୋଲିସ ତଦନ୍ତ ପରେ ଅସଲି ତଥ୍ୟ ଲୋକଲୋଚନକୁ ଆସିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦେଶୀ ମଦଭାଟି ପ୍ରସ୍ତାବକୁ ବିରୋଧ କରି ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ

Sunil Chandra Nayak

ଢେଙ୍କାନାଳ ରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ୨୦୨୨

Sunil Chandra Nayak

କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

Leave a Comment

error: Content is protected !!