ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

 ମୟୂରଭଞ୍ଜ -୧୪/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ଓ୍ବାର୍ଡରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’,କରଂଜିଆ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଜଣ ଚକ୍ଷୁ ରୋଗୀ ନାମ ପଂଜୀକୃତ କରିଥିଲେ । ସେମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା ତନ୍ମଧ୍ୟରୁ ୧୬ ଜଣଙ୍କ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇଛି । ସେମାନଙ୍କୁ ମାଗଣାରେ ଅପରେସନ କରାଯିବ । ଏଥିରେ ଭୂମିକା ହସ୍ପିଟାଲର ଚକ୍ଷୁ ଡାକ୍ତର ଆର ରାଉତ,ଲିଜାରାଣୀ ମହାନ୍ତ,ପ୍ରଜ୍ଞାସିନୀ ଦାସ,ଆଶା ସାହୁ ଏବଂ ରାଇରଙ୍ଗପୁର ଚକ୍ଷୁ ଓ୍ବାର୍ଡର ଶବ୍ଦରୁ ବାସ୍କେ ଚକ୍ଷୁ ପରୀକ୍ଷା କରି ରୋଗୀମାନଙ୍କୁ ଉତ୍ତମ ସେବା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରରେ ରକ୍ତଦାନ,୩୩ ୟୁନିଟ୍ ରକ୍ତ ସଂଗୃହୀତ

Sunil Chandra Nayak

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାଜିକକର୍ମୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ରକ୍ତଦାନ ଶିବିର

କାର୍ଲି ଗ୍ରାମରେ କିଡ୍ନୀରୋଗ ରେ ଆକ୍ରାନ୍ତ ହୋଇ ଆଠଜଣ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ

Leave a Comment

error: Content is protected !!