ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

ବୌଦ୍ଧ -15/10- ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ ରାମପୁର ମାରୁତି ମଠଠାରେ ବହୁ ଦିନ ପୂର୍ବର ଏକ ମହୁଲ ବୃକ୍ଷ ଅଛି l ଏହି ବୃକ୍ଷ ଉପରେ ବର,ପିପ୍ପଳ,ମହୁଲ , ଲିମ୍ବ ଆଦି ବୃକ୍ଷ ସଙ୍ଗମ ହୋଇଥିବା ବେଳେ ସେଇ ମହୁଲ ବୃକ୍ଷ ଉପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଥିବା ମନମୁଣ୍ଡା ଥାନା ମନୁପାଲି ଗ୍ରାମର ଚିତ୍ରକର କରୁଣାକର ଘଣ୍ଟୁଆଲ ଦେଖିବାକୁ ପାଇଥିଲେ l ଏଣୁ କାଳ ବିଳମ୍ବ ନକରି ସେଠାରେ ରଙ୍ଗ ବୋଲି ଦେବା ସହ ତାହାକୁ ଆହୁରି ସୁନ୍ଦର କରିବା ଲାଗି ପଡ଼ିଥିଲେ l ତାଙ୍କୁ ଛେଳିବାହାଲ ଗ୍ରାମର ଧୀରନ ସାହୁ, ଆନନ୍ଦପୁର ଗ୍ରାମର ତରଣୀ ମେହେର ସହଯୋଗ କରିବା ଯୋଗୁଁ ସେଇ ବୃକ୍ଷ ରେ ଥିବା କୋରଡ଼ ଗୁଡିକରେ ଆବିର୍ଭାବ ଥିବା ଠାକୁର ଗଣେଷ, ଜଗନ୍ନାଥ, ସପ୍ତଫେଣୀ ନାଗ, ରାଧା, ବାଛୁରୀ, ଛିନ୍ନମସ୍ତକା, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦେଖିବାକୁ ପାଇଥିଲେ l ସେଇଠାରୁ ସେଇ ମୂର୍ତ୍ତି ଗୁଡିକ ମଧ୍ୟ ରଙ୍ଗ ତୋଳି ଦେଇ ଜୀବନ୍ତ ରୂପ ଦେଇ ଥିବାରୁ ସେଠାରେ ଦେଖିବାକୁ ବହୁ ସମାଗମ ହେଉଥିବା ଜଣାପଡୁଛି l ମହୁଲ ବୃକ୍ଷର ଦେହରେ ଠାକୁର ମାନଙ୍କ ଆବିର୍ଭାବ ଯୋଗୁଁ ମାରୁତି ମଠରେ ଥିବା ବାବା ମଠାଧୀଶ ରାମକୃଷ୍ଣ ଦାସ ଏହା ଏକ ଈଶ୍ୱରୀୟ ପୀଠ ହୋଇଥିବା ଯୋଗୁଁ ଠାକୁର ଆବିର୍ଭାବ ହୋଇଥିବା ସୂଚନା ଦେଇଥିଲେ l ଏହି ମହୁଲ ବୃକ୍ଷଟି ବହୁ ପୁରାତନ ବୃକ୍ଷ ହୋଇଥିବା ବେଳେ ଏହିଠାରେ 2005 ମସିହା ଠାରୁ ଯଜ୍ଞକାର୍ଯ୍ୟ କରାଯାଇ ମାରୁତି ମଠ ସ୍ଥାପନ କରାଯାଇଥିଲା l ଏହି ମଠକୁ ବାବା ବିହାରୀ ଦାସ ସ୍ଥାପନ କରିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି l ଏହି ବୃକ୍ଷର ସୁରକ୍ଷା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଲେ ଏହା ଲୋକ ଲୋଚନକୁ ଆସିବା ସହ ଏକ ପର୍ଯ୍ୟଟନ ମାନ୍ୟତା ମିଳି ପାରନ୍ତା l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ, ସୁରଭି-୨୦୨୨

Sunil Chandra Nayak

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁ

Sunil Chandra Nayak

କୋକସରା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!