ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ଞାନଲୋକ ର ସମାଜସେବା

ରାଉରକେଲା/ ସମାଜସେବା ପାଇଁ ପ୍ରତିବଦ୍ଧତା ଥିବା ଜ୍ଞାନଲୋକ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସ୍ଥିତ ଖରିଆବାହାଲ ବସ୍ତିଠାରେ ସଫେଇ ଅଭିଯାନ ସହ ଡେଙ୍ଗୁ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଜିତ କୁମାର ଦାସ ଙ୍କ ସଭାପତିତ୍ବ ଓ ସଂପାଦକ ମନୋରଞ୍ଜନ କଣ୍ଡୁଲନା ତଥା ମୁଖ୍ୟ ଆୟୋଜକ ଜ୍ଞାନରଞ୍ଜନ ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ଜ୍ଞାନ ରଂଜନ ଗିରି ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ଖରିଆବାହାଲ ବସ୍ତି ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ଓଏସଏପି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷ ନାୟକ, ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ରବି ପଣ୍ଡା,ଆଇନଜୀବୀ ରାଜକିଶୋର ପ୍ରଧାନ, ଚିତ୍ତରଞ୍ଜନ ପଟ୍ଟନାୟକ, ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ, ସାମ୍ବାଦିକ ଅରବିନ୍ଦ ଦାସ, ସୁବ୍ରତ ଚୌଧୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଅଧ୍ୟାପିକା ବୈଜୟନ୍ତୀ ବାରିକ ଓ ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡଃ ସିଦ୍ଧାନ୍ତ ମହାନ୍ତି, ସଂଜିତ ଭୂୟାଁ ଓ ତୃପ୍ତି ପାତ୍ରଙ୍କ ନେତୃତ୍ବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ବସ୍ତି ଭିତରେ ବ୍ଲିଚିଂ ପାଉଡର, ମଶା ମାରିବା ତେଲ ଓ ସଚେତନତା ପାଇଁ ଲିଫଲେଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସପି ଓ ଜିଲ୍ଲା ପ୍ରଶାସନର ସ୍ବାସ୍ଥ୍ୟ ବିଭାଗ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଏହିପରି କାର୍ଯ୍ୟକ୍ରମ ଆଗକୁ ବଜାୟ ରଖିବା ପାଇଁ ଆବାହକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

ଗୋତୋମୁଣ୍ଡା ରେ ନିଆରା ରଥଯାତ୍ରା, ଦେବାଦେବୀ ଲାଠିଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର 

Leave a Comment

error: Content is protected !!