ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ଜଣାଣ

ତମ୍ବାହରା ଜଣାଣ

ଶୁଣ ଶୁଣରେ ମିତ
ରାଧାକୃଷ୍ଣ କୁଞ୍ଜେ ବଂଶୀ ସଙ୍ଗୀତ|୦|
ଅହରହ ଲାଗିଅଛି ରାହାସ
ରାଧା ମୁଖୁ ଫୁଟେ ମଧୁର ହାସ
ସେ ଲୀଳା ଦର୍ଶନେ ହେବ ବିକାଶ
ଲୁପ୍ତ ରହିଥିବା ଜ୍ଞାନ ପ୍ରୟାସ
କୁଞ୍ଜବନେ ବହେ ପ୍ରେମ ସରିତ
ଶୁଣ ଶୁଣରେ ମିତ। |୧|
ଦେଖୁଛନ୍ତି ସେହି ଦୃଶ୍ୟ ଅମରେ
ପିଉଛନ୍ତି ପ୍ରେମ ରସ ଭ୍ରମରେ
ଦେଖିବାକୁ ଯାହା ବ୍ରହ୍ମା ଭ୍ରମରେ
ବ୍ରହ୍ମା ରୁପ ନେଲେ ଭକ୍ତ ଭ୍ରମରେ
ଦେଖ ସେହି ଦୃଶ୍ୟ ମନତୁରିତ
ଶୁଣ ଶୁଣ ରେ ମିତ|। |୨|
କାଳିଆ ତରୁରେ କନକ ଲତା
ମାଡ଼ି ଥିଲାପ୍ରାୟେ ଦୁହେଁ ଶୋଭିତା
ଶୀରେ ଶୋଭାପାଏ ସୁମନ ଲତା
ପାଦେ ସୋଭାପାଏ ରକ୍ତ ଅଳତା
ପ୍ରେମର ସୌରଭେ କୁଞ୍ଜ ଶୋଭିତ
ଶୁଣ ଶୁଣରେ ମିତ|। |୩|
ଜଗତ ମୋହୁଛି ମଧୁର ବଂଶୀ
ରାଧା ରୂପ ଶିରୀ ପ୍ରେମ ପ୍ରଶଂସୀ
କି କହିବି କହ ନର୍ତ୍ତକ ଅଂଶୀ
ମୋହୁଛି ମୋ ମନ ନିତ୍ଯ ଆକର୍ଷି
ଲୀଳାମୟ ହେଲେ ଜଗତ ହିତ
ଶୁଣ ଶୁଣରେ ମିତ |୪|

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସଂଧ୍ୟାଦୀପ

Sunil Chandra Nayak

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ବିଜୟ ନେଇ ରାଇରଙ୍ଗପୁରରେ ବିଜେଡ଼ି ତରଫରୁ ଉତ୍ସଵ ପାଳିତ

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ମାଦକତା

Sunil Chandra Nayak

Leave a Comment

error: Content is protected !!