ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ପୋଲ ନିକଟ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବୌଦ୍ଧ – 16/10-ଭାରସାମ୍ୟ ହରାଇ ବ୍ରିଜ ୱାଲ କୁ ପିଟିଲା କାର । ଦୁର୍ଘଟଣା ରେ ଜଣକର ମୃତ ଘଟିଥିବା ବେଳେ ଜଣେ ଗୁରୁତର । ମୃତକଙ୍କ ପରିଚୟ ମିଳିନାହିଁ । ଗୁରୁତର ହେଲେ କାର ଚାଳକ ଜିତେନ୍ଦ୍ର ଦାସ । ସୂଚନା ମୁତାବକ ବୌଦ୍ଧ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର OD 17 L 7230 ନମ୍ୱର ବିଶିଷ୍ଟ ଗାଡ଼ିଟି ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କରଡାକୋଠା ନିକଟରେ ଥିବା ବ୍ରିଜ ୱାଲ କୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଅଗ୍ନିସମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଜଣଙ୍କୁ ପ୍ରଥମେ ସଙ୍କଟାପନ୍ନ ଅବସ୍ଥାରେ ପୁରୁଣାକଟକ ଚିକିତ୍ସାଳୟ କୁ ନେବା ପରେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ମୃତକ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଗୁରୁତର ଜଣକ ହେଲେ ଜିତେନ୍ଦ୍ର ଦାଶ ବୋଲି ଜଣାପଡ଼ିଛି । ବର୍ତ୍ତମାନ  ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବାଲ୍ଯବିବାହ ନିରୋଧ ଆଇନ ଓ ଶିଶୁ ସୁରକ୍ଷା ବ୍ଯବସ୍ଥା ବାବଦରେ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର

Sunil Chandra Nayak

ଯୋଜନା ର ଅନ୍ତ ନାହିଁ କିନ୍ତୁ ଭରତ ରହୁଛି ପଲିଥିନ ଦିଆ ଝାଟିମାଟି କୁଡ଼ିଆରେ ,କେବେ ପଡ଼ିବ ପ୍ରଶାସନ ର ଦୃଷ୍ଟି ?

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!