ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ମହାବିଦ୍ୟାଳୟର ଆର୍ନ୍ତଜାତିକ ବିଦ୍ୟାର୍ଥୀ ଦିବସ 

ମୟୂରଭଞ୍ଜ 15/10/22 (ମସିହା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଆର୍ନ୍ତଜାତିକ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି। ଅଧ୍ଯକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆବାହକ ବିଜୟ କୁମାର ରାମ ଆୟୋଜନ ଓ ପରିଚାଳିତ କରିଥିଲେ। ଆଜି ର ଏହି ଦିନ ଟି ଭାରତର ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ ଭାବରେ ମଧ୍ଯ ପରିଚିତ ଏବଂ ତାଙ୍କ ଇଚ୍ଛା ଅନୁସାରେ ଏହି ଦିବସ ଟିକୁ ବିଦ୍ୟାର୍ଥୀଙ୍କ ନାମରେ ନାମିତ। ଏହି ଅବସରରେ ନବାଗତ ଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ସ୍ବାଗତ ସଭା ଅନୁଷ୍ଠିତ ହୋଇ ଥିଲା। ସର୍ବ ପ୍ରଥମେ ପୁରାତନ ଛାତ୍ରୀ ଖୁଶି ପୁଥାଳ ସମସ୍ତଙ୍କ ସମ୍ମାନ ପ୍ରଦାନ ପୂର୍ବକ ସ୍ବାଗତ ଅଭିଭାଷଣ ପରେ ମମତା ମହାନ୍ତ ଏବଂ ସୁଷମା ମହାନ୍ତ ଦ୍ବାରା ଏକ ସ୍ବାଗତ ସଂଗୀତ ପରିବେଷଣ ପରେ ଡାକ୍ତର ପ୍ରଦିପ ମିଶ୍ର ନବାଗତା ମାନଙ୍କ ପାଇ ସୁନ୍ଦର ଅଭିଭାଷଣ ପ୍ରସ୍ତୁତ କରିଥିଲେ। ଅଧ୍ୟାପିକା ତିଲୋତମା ଷଡଙ୍ଗୀ ଛାତ୍ରୀମାନଙ୍କ ଭବିଷ୍ଯତ ଓ ଅଧାପକ ରାଜୀବ ପାଲ ଶିକ୍ଷକ ଓ ଶିକ୍ଷାର୍ଥୀ ସଂମ୍ପର୍କ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।ଯଶୋଧରା ମହାନ୍ତ, ରାଜେନ୍ଦ୍ର ମଣ୍ଡଳ, ବବଲୁ କୁମ୍ଭକାର, ସୁଭଦର୍ଶିନି ମିଶ୍ର, ନବାଗତ ଛାତ୍ରୀମାନଙ୍କ ଭବିଷ୍ଯତ ନିର୍ମାଣ ଉଦ୍ଦେଶ୍ଯରେ ବକ୍ତବ୍ଯ ପ୍ରଦାନ କରିଥିଲେ। ନବାଗତ ଛାତ୍ରୀମାନଙ୍କ ମଧରେ ପ୍ରେଟି କାମନା ମହାନ୍ତ, ମିକି ରାଉତ,କୁମୁଦିନି ପାତ୍ର, ଶ୍ରାବଣୀ ମଣ୍ଡଳ, ମନ୍ଦାକିନି ମହାନ୍ତ, ଗଙ୍ଗାରାଣୀ ବେଶ୍ରା,ଲକ୍ଷ୍ମୀପ୍ରିଆ ମୁର୍ମୁ,ସବିତା ଟୁଡୁ ଓ ସାରଥୀ ହେମ୍ଭ୍ରମ ବକ୍ତବ୍ଯ ପ୍ରଦାନ କରିଥିଲେ। ପାନାସ୍ବରୀ ଟୁଡୁ,ରଂଜୁବାଲା ନାଏକ, ମାୟା ମାହାଲି, ଭାନୁପ୍ରିଆ ସତପଥୀ, ଅଲୌକିକା କାନୁନଗୋ,ଭୁମି ସିଂହ, ପ୍ରିତି ଗୋପ, ଶାନ୍ତି ହାଁସଦା ସହଯୋଗ କରିଥିଲେ। ସଭାଶେଷରେ ସମାପ୍ତିରାଣୀ ଦାସ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଖଇରା ଗାନ୍ଧୀଙ୍କ ୧୧୨ ତମ ଜନ୍ମଦିନ ପାଳିତ

Sunil Chandra Nayak

ଆଦିବାସୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳିଲେ ଖଇରା ବ୍ଲକର ବିଜେପି ନେତା ଓ କର୍ମୀ 

Sunil Chandra Nayak

Leave a Comment

error: Content is protected !!