ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ଏନପିଏସ୍ କର୍ମଚାରୀ ସମନ୍ବୟ ସମିତି ବ୍ଳକ ସ୍ତରୀୟ ସାମ୍ବିଧାନିକ ସଭା

ଥୁଆମୂଳ ରାମପୁର:୧୬/୧୦ -(ମିନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ଥିବା କର୍ମରତ ସରକାରୀ କର୍ମଚାରୀ ମାନଙ୍କର ଏକ ସଂଘ ଗଠନ କରାଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ମୁଖ୍ଯାଳୟ ଠାରେ ଥିବା ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଯୁକ୍ତ ୨ ବିଦ୍ୟାଳୟ ବୈଠକ ଗୃହରେ ବ୍ଳକ ଶିକ୍ଷକ ସଂଘର ସଭାପତି ଶ୍ରୀ ଅଜିତ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ଯୋଷି, ସମ୍ପାଦକ ଶ୍ରୀ ଧିରେନ୍ ପଟ୍ଟନାୟକ, ଜୟପାଟଣା ବ୍ଳକ ଶିକ୍ଷକ ସଂଘର ସଭାପତି ତଥା ଜିଲ୍ଲା ଏନ୍,ଏମ୍,ଓ,ପି,ଏସ୍ ର କମିଟିର ସଦସ୍ୟ ଶ୍ରୀ ଲଳିତ ମୋହନ ନାଏକ,ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଯୁକ୍ତ ୨ ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା, ଜୟପାଟଣା ବ୍ଳକର ଶିକ୍ଷକ ସଂଘର ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଥୁଆମୂଳ ରାମପୁର ବ୍ଳକର ପ୍ରାଥମିକ ବିଦ୍ୟାଳୟ ଉପସଭାପତି ଶ୍ରୀ ସୁବାଷ ଚନ୍ଦ୍ର ନାଏକ, ଶ୍ରୀ ନାଗେଶ୍ବର ନାଏକ,ଶ୍ରୀ ମାଧବ ନାଏକ, ଶ୍ରୀ ଗୁଣେଶ୍ବର ନାଏକ, ଅର୍ଣ୍ଣପୂର୍ଣ୍ଣା ନାଏକ, ଉପସ୍ଥିତ ରହିଥିଲେ। କାର୍ଯ୍ଯକ୍ରମକୁ ଶିକ୍ଷକ ଶ୍ରୀ ଭଜମନ ବାଗ ପରିଚାଳନା କରିଥିବାବେଳେ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏନଏମଓପିଏସର କର୍ମକର୍ତ୍ତା ଚୟନ କରାଯାଇଥିଲା ଏଥିରେ ସଭାପତି ଭାବରେ ଶ୍ରୀ ହରିନାରାୟଣ ବାଗ, ସମ୍ପାଦକ ଶ୍ରୀ ଭଜମନ ବାଗ, ୱର୍କିଙ୍ଗ ସଭାପତି ଭାବରେ ଶ୍ରୀ ସୀତାକାନ୍ତ ରଣା, ଯୁଗ୍ମ ସମ୍ପାଦକ ଶ୍ରୀ ରଶ୍ମିରଞ୍ଜନ ପଟ୍ଟନାୟକ, ସୁଜତା ମିଶ୍ର, କୋଷାଧ୍ୟକ୍ଷ ଯୋଗେଶ୍ବର ଗହୀର ଏବଂ ମିଡିଆ ସଂଯୋଜକ ଭାବରେ ଶ୍ରୀ ତପନ କୁମାର ବେହେରା, ଶ୍ରୀ ଗୁଣେଶ୍ବର ନାଏକ ମନୋନୀତ ହୋଇଥିଲେ। ଏନପିଏସ୍ ହଟେଇ ଓପିଏସ୍ ଲାଗୁକରିବା ପାଇଁ ସମସ୍ତେ ଆହ୍ବାନ ଦେଇଥିଲେ ଏବଂ ଯଦି ସରକାର ଓପିଏସ ଲାଗୁ ନକରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସମସ୍ତେ ମତ ପ୍ରକାଶ କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜାଳେଣି କାଠ ଆଣିବାକୁ ଯାଇ ବଳଦ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଳନ୍ଧରଙ୍କ ମୃତ୍ୟୁ 

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!