ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁମିତା ମିଶ୍ର ଙ୍କ କବିତା ସେତିକି ଥାଉ…(ଅଦିନିଆ ବର୍ଷା )

ସେତିକି ଥାଉ…

(ଅଦିନିଆ ବର୍ଷା )

ଏ ଭଲ ପାଇବା…ରାଗ ଅଭିମାନ…
ବହୁତ୍ ହେଲାଣି…
ସେତିକି ଥାଉ…
ବର୍ଷିଗଲା ବେଳେ ଦଗ୍ଧ କରିଦେବା…
ଉଗ୍ରପ୍ରେମ ତୁମ…
ସେତିକି ଥାଉ…
ବିରହେ ଉଚ୍ଛନ୍ନ… ମିଳନେ ଗାମ୍ଭୀର୍ଯ୍ୟ…
ବିଚିତ୍ର ବେଭାର…
ସେତିକି ଥାଉ…
ହିମ ବଳୟରେ ତପ୍ତ ଉଦଗୀରଣ…
ବିଷାକ୍ତ ପ୍ରେମଟି…
ସେତିକି ଥାଉ…
ଶୌର୍ଯ୍ୟ କବଳିତ… ଗର୍ବେ ବିମଣ୍ଡିତ…
ସ୍ୱର୍ଣ୍ଣ ମୃଗତୃଷ୍ଠ୍ନା …
ସେତିକି ଥାଉ…
ଦିବସେ ଉଲ୍ଲୁକ ଚିତ୍ରପଟ ଅଙ୍କା…
କୁଟିଳ ପ୍ରେମ ବି…
ସେତିକି ଥାଉ…
କ୍ଷଣିକେ ନିଜର… କ୍ଷଣିକରେ ପର…
କରିବା ବିଚାର…
ସେତିକି ଥାଉ…
ଅନ୍ତଃସାର ଶୂନ୍ୟ ଚାକଚକ୍ୟ ପୂର୍ଣ୍ଣ…
ନିଲଠା ଏ ପ୍ରେମ…
ସେତିକି ଥାଉ…
ଆସନ୍ନ ସମୟେ…ଉଭାନ ହୋଇଯାଅ…
ଅଦିନ ରୋଦନ…
ସେତିକି ଥାଉ…
ବନ୍ୟା ଆସିଲାଣି ଭସେଇ ଦେଲଣି…
ପ୍ରେମବୃଷ୍ଟି ତୁମ…
ସେତିକି ଥାଉ…

   © ମଧୁମିତା ମିଶ୍ର

           ଭୁବନେଶ୍ଵର

Related posts

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ନଦୁଆଁରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା –  ଶହିଦଙ୍କୁ ସମ୍ମାନ ଆମ ସରକାରର ଦାୟିତ୍ୱ

Sunil Chandra Nayak

ଦର୍ଶନ ସାସ୍ତ୍ର ବିଭାଗର ପ୍ରାଧ୍ୟାପକ ସୁଧର ଚନ୍ଦ୍ର ପ୍ରଧାନ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!