ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ 

ଗୋଳାମୁଣ୍ଡା ୧୭/୧୦ / ମସିହା,  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସଭା ଗୃହ ଠାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି  ଜିଲ୍ଲାପାଳ ପି ଅନ୍ୱେସା ରେଡି, କଳାହାଣ୍ଡି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି,ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ ବ୍ଲକ ଅଧ୍ୟକ୍ଷ  ଉପସ୍ଥିତ ରହି ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ । ଗୋଳାମୁଣ୍ଡା ବ୍ଲକ ୨୮ ଗୋଟି ପଞ୍ଚାୟତରୁ ବହୁ ସଂଖ୍ୟାରେ ଅଭିଯୋଗ କାରୀମାନେ ଆସି ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଅଭିଯୋଗ ଅନୁଯାଇ ବିଭାଗୀୟ କର୍ମଚାରୀଙ୍କୁ ଡାକି ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ଜନ ଶୁଣାନୀ ରେ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଅନେକ ସମସ୍ୟା ଉପରେ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ଗୋଷ୍ଠି ତରଫରୁ ନକଲି ଚାରି ଜଣ ଶିକ୍ଷକଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ଜଙ୍ଗଲ ବିଭାଗର ସଂରକ୍ଷିତ ଜଙ୍ଗଲରୁ ମାଟି ନେଇ ରାସ୍ତା କାମ କରିଥିବା ଯୋଗୁଁ ଜଙ୍ଗଲର ମାଟି କ୍ଷୟ କ୍ଷତି ହେବା ନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଥିଲା, ତତ କ୍ଷଣେ ଜିଲ୍ଲା ଶିକ୍ଷା ଅତିରିକ୍ତ ଅଧିକାରୀ ଡ଼ିଓ ଏବଂ କେଗାଁ ରେଞ୍ଜରକୁ ଡାକି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଏବଂ ଅତିରିକ୍ତ ତହସିଲଦାର ପ୍ରଭାଷ ବଡ଼କିଆ ଙ୍କୁ ଡେପୁଟେସନ ବାତିଲ କରି ତୁରନ୍ତ ଗୋଳାମୁଣ୍ଡା ତହସିଲ କାର୍ଯ୍ୟାଳୟ ଫେରସ୍ତ କରିବା ପାଇଁ ଦାବି କରି ଥିବାରୁ ଜିଲାପାଳ ସ୍ୱୀକାର କରିଥିଲେ।।

ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବାଇକ୍ ଓ ସ୍କୁଟି ପ୍ରେମ

Sunil Chandra Nayak

ରାଉରକେଲା – ଉତ୍କଳ ସ୍ନେହୀ ମହିଳା ସମିତିର ରଜମିଳନ

Sunil Chandra Nayak

Leave a Comment

error: Content is protected !!