ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କର୍ମୀ ଗୁରୁତର

ପାପଡାହାଣ୍ଡି,17/10, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ପଲସାଗୁଡା ଗ୍ରାମ ରେ ମହୁମାଛି ଆକ୍ରମଣରେ ସୋମବାର ଅଙ୍ଗନବାଡି କର୍ମୀ କାମେଶ୍ୱରୀ ନାଗ ଗୁରୁତର ହୋଇଛନ୍ତି | ସେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛନ୍ତି | ମହୁଲି ଗ୍ରାମର କାମେଶ୍ୱରୀ ନାଗ (45) ନିଜେ କାର୍ଯ୍ୟରତ ଥିବା ପଲାସାଗୁଡା ଅଙ୍ଗନବାଡି ସେଣ୍ଟର କୁ ଯାଇଥିଲେ, ନିଜ ଦାୟିତ୍ୱ ସାରି ଦିନ 3.30 ସମୟରେ ଏକ ସ୍କୁଟି ଯୋଗେ ଘର ମହୁଲି ଫେରିବା ସମୟରେ ପଲାସାଗୁଡା ନର୍ସରୀ ନିକଟରେ ଅତର୍କିତ ମହୁମାଛି ଆକ୍ରମଣ କରିଥିଲେ | ନିଜ ଜୀବନ ରକ୍ଷା କରିବା ପାଇଁ କାମେଶ୍ୱରୀ ସ୍କୁଟି ଛାଡି ମହୁଲି ଗାଁ ଭିତର କୁ ଦୌଡ଼ି ଦୌଡ଼ି ଯାଇଥିଲେ | ଗ୍ରାମବାସୀ ଏହା ଦେଖିବା ପରେ କାମେଶ୍ୱରୀ ଙ୍କୁ ମହୁମାଛି କବଳ ରୁ ରକ୍ଷା କରି ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ | ଓ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ | ଚିକିତ୍ସା ପରେ କାମେଶ୍ୱରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ଚାଷୀଙ୍କୁ ଆଶ୍ୱସ୍ତି,ଧାନ ସମେତ ୧୭ ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

ବିଳାସିନୀ ପୃଷ୍ଟି ଙ୍କ କବିତା ଜନ୍ମାଷ୍ଟମୀ ଓ କୃଷ୍ଣ ଜନ୍ମ

Sunil Chandra Nayak

Leave a Comment

error: Content is protected !!