ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟଙ୍କା ଦେଇ ଶାରେରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଗିରଫ

ଡାବୁଗାଁ, ୧୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଟଙ୍କା ଦେଇ ଶାରେରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଡ଼ଙ୍ଗରିଗୁଡା ଗ୍ରାମର କପୁର ଭତ୍ରା (୪୦) ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ୧୧.୧୦.୨୨ ତାରିଖ ଦିନ ୧୨ ଘ. ସମୟରେ ଡ଼ଙ୍ଗରିଗୁଡା ଗ୍ରାମର କପୁର ଭତ୍ରା ନିଜ ଗ୍ରାମର ଜଣେ ମହିଳା ଙ୍କ ଘରକୁ ଯାଇ ତାଙ୍କୁ ୫୦୦ ଟଙ୍କା ଦେଇ ଶାରେରିକ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥିଲେ | କିନ୍ତୁ ମହିଳା ଜଣଙ୍କ ମନା କରିଥିଲେ | ମହିଳା ଜଣଙ୍କ ମନା କରିବାରୁ କପୁର ମହିଳାଙ୍କୁ ଗାଳି କରିବା ସହ ମାରିଦେବାକୁ ଧମକ ଦେଇ ଥିଲେ | ମହିଳା ଜଣଙ୍କ ଦଉଡି ପଳାଇବାରୁ ସେ ତାର ପିଛା କରିଥିଲେ | ବାଟରେ ଅର୍ଜୁନ ଭତ୍ରା ନାମକ ଜଣେ ବ୍ୟକ୍ତି ଦେଖି କପୁର ଙ୍କୁ ଧରି ତାର ଘରକୁ ନେଇଯାଇଥିଲେ | ପରେ ୧୬ ତାରିଖ ଦିନ ମହିଳା ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୬୨/୨୨ରେ ଏକ ମାମଲା ରୁଜୁ କରି ସୋମବାର କପୁର ଭତ୍ରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଷୁବ ମିଳନ

Sunil Chandra Nayak

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

Sunil Chandra Nayak

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

Leave a Comment

error: Content is protected !!