ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୁଆଁଖାଇ ଭେଟଘାଟ ଓ ବଂଧୁମିଳନ

ରାଉରକେଲା/ ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ ରାଉରକେଲା ଶାଖା ଆନୁକୂଲ୍ୟରେ ଛେଣ୍ଡ ବସ୍ତି ସ୍ଥିତ ମାଦ୍ରିକାଲୋ ଭବନ ଠାରେ ନୁଆଁଖାଇ ଭେଟଘାଟ ଓ ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶରତ ସା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସନ୍ତୋଷ ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଜେପି ନେତା ଧୀରେନ ସେନାପତି,ଡଃ ପ୍ରଫୁଲ୍ଲ ମାଝୀ,ପ୍ରତାପ ନାରାୟଣ ସିଂ,ରଘୁନାଥ ବେହେରା, ଗୁପ୍ତେଶ୍ବର ସିଂ,ଅଶୋକ ନାଏକ,ଉଦୟପ୍ରତାପ ସିଂ, ଶଶିଭୂଷଣ ନାଏକ, ବିମ୍ବାଧର ଅମାତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଗଣପର୍ବ ସମସ୍ତଙ୍କ ପାଇଁ ସୁଖଶାନ୍ତି ଆଣିଦେଉ ବୋଲି ଆଶା ପ୍ରକଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଫକୀର ନାଏକ, ଉଦିତ ଅମାତ,ସୁଶୀଲ ସା, ବସନ୍ତ ସା,ରାଜନ ନାଏକ, ଇନ୍ଦ୍ର ମଲ୍ଲିକ, ଆଦିତି ନାଏକ, ନିରଞ୍ଜନ ବେହେରା,ସାରଦା ସା, ଭୋଳା ନାଏକ,ତ୍ରିଲୋଚନ ସା, ସତ୍ୟ ନାରାୟଣ ନାଏକ,ବିକ୍ଳବା ନାଏକ ଏବଂ ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ଜାମଦାର ଚିରସ୍ରୋତା ଜୁମ୍ବାଗଳା ଜଳ ଉତ୍ସ ପ୍ରକଳ୍ପ ନିର୍ମାଣ ନେଇ ବରିଷ୍ଠ ବିଜେପି ନେତା ବିଜୁଗୋପାଲ ଏବଂ ସାମନ୍ତ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ଜନଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

Sunil Chandra Nayak

ପାଷ୍ଟିକୁଡ଼ି ରେ ପ୍ରଦୀପ କୁମାର ସାହୁ,କାଣ୍ଡେଲ ରେ ତ୍ରିପୁରା ନାୟକ ବିଜୟୀ

Sunil Chandra Nayak

Leave a Comment

error: Content is protected !!