ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଖଡ଼କା ପଦରରେ ବୃଦ୍ଧି ପାଉଛି ଝାଡାବାନ୍ତି  

ପାପଡାହାଣ୍ଡି,18/10, ମ ନି ସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି | ଗତ ଅଗଷ୍ଟ ମାସରେ ତୁଳସି ପଦର ଓ ଗତ ସପ୍ତାହ ରେ ସୋରିଷ ପଦରରେ ଝାଡା ବାନ୍ତି ଦେଖା ଦେଇଥିଲା | ବର୍ତମାନ ବ୍ଲକର ମାଝୀଗୁଡା ପଂଚାୟତ ଖଡ଼କା ପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି | ଝାଡା ବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣା ପଡ଼ିନାହିଁ | ଗତ 4 ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 8କୁ ବୃଦ୍ଧି ହୋଇଛି | ମଙ୍ଗଳବାର 3 ଜଣ ସାଇବ ଯାନୀ 3, ମସୃ ଯାନୀ 50 ଓ ଶୁକ୍ରୀ ଯାନୀ 60 ଆକ୍ରାନ୍ତ ହୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି | ଏ ମାନଙ୍କୁ ବିଳମ୍ବିତ ରାତ୍ରରୁ ଝାଡା ହେଉଥିଲା | ଅବସ୍ଥା ଗୁରୁତର ହେବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି | ରବିବାର ହାରାବତୀ ଯାନୀ ଓ ଦେଶୀ ଯାନୀ ଆକ୍ରାନ୍ତ ହୋଇ ନବରଙ୍ଗପୁର ସ୍ଥାନାନ୍ତର ହୋଇଛନ୍ତି | ସୋମବାର ଜୟରାମ ଯାନୀ ଆକ୍ରାନ୍ତ ହୋଇ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି | ସେହିପରି ବାଲମତି ଯାନୀ ପ୍ରଥମେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି | ସେହିପରି ଜୟସିଂ ଯାନୀ ଗ୍ରାମରେ ଆକ୍ରାନ୍ତ ହୋଇ ରହିଛନ୍ତି | ତେବେ ବିଷାକ୍ତ ଛତୁ ଖାଇ ଝାଡା ବାନ୍ତି ହୋଇଥିବା ସନ୍ଦେହ କରାଯାଉଛି | ଖବର ଲେଖା ଶେଷ ସୁଦ୍ଧା ଝାଡା ବାନ୍ତିକୁ ନେଇ ଲୋକେ ଭୟ ଭିତ ଅଛନ୍ତି | ସଚେତନତା ଅଭାବରୁ ଝାଡା ବାନ୍ତି ବୃଦ୍ଧି ହେଉଥିବା ଜଣାପଡ଼ିଛି |ଖବର ପାଇ ମେଡିକାଲ ଟିମ ଗ୍ରାମରେ ପହଂଚି ନଳକୂପ ପାଣିର ନମୁନା ସଂଗ୍ରହ କରିଛନ୍ତି | ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ଛିଞ୍ଚନ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

Sunil Chandra Nayak

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

Sunil Chandra Nayak

Leave a Comment

error: Content is protected !!