ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଆୟୋଜିତ

ରାଉରକେଲା/ ପ୍ରଗତି ଉତ୍କଳ ସଂଘ ଦ୍ୱାରା ଆୟୋଜିତ ଆନ୍ତଃ ବିଦ୍ୟାଳୟ ( ବାଳକ ଓ ବାଳିକା ) କବାଡି ପ୍ରତିଯୋଗିତା ଗତ ଦୁଇଦିନ ଧରି ସଂଘ ପରିସରରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଉରକେଲା ର ବିଭିନ୍ନ ବିଦ୍ୟାଳୟର ୧୪ ଟି ବାଳକ ଦଳ ଓ ୬ଟି ବାଳିକା ଦଳ ଭାଗ ନେଇଥିଲେ। ପ୍ରଥମ ଦିନ ସଂଘର ଉପ ସଭାପତି ଅଜୟ କୁମାର ଗୋସ୍ୱାମୀ ସଭାପତିତ୍ବ କରିବା ସହ ସ୍ଵାଗତ ଅଭିଭାଷଣ ରଖିଥିଲେ। ଅତିଥି ଭାବେ ସମାଜସେବୀ ବିମଳ କୁମାର ବିଶି, ଡାକ୍ତର ଜ୍ଞାନରଞ୍ଜନ ଗିରି,   ହୃଷିକେଶ ରାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଧା ମୋହନ ନାୟକ ମଞ୍ଚାସୀନ ଥିଲେ।ଆନ୍ତର୍ଜାତିକ ଖେଳ ପରିଚାଳକ ଅରବିନ୍ଦ ପାତ୍ର ଓ ଅନ୍ୟତମ ବରିଷ୍ଠ ଖେଳ ପରିଚାଳକ (ରେଫେରି) ଶ୍ରୀ ସତ୍ୟ ରଞ୍ଜନ ପଣ୍ଡା, ଶ୍ରୀ ଆଶୋକ ରାଉତ, ବାଦଲ ବାଗ, ଆକାଶ ସିନ୍ଦ୍ରିଆ, ରୋହନ ତିର୍କୀ, ସୁରେଶ ମହାପାତ୍ର, ସସ୍ମିତା ଜେନା ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ । ସେହିପରି ଦ୍ବିତୀୟ ଦିନ ସଂଘର ସଭାପତି ଅଜୟ କୁମାର ନାୟକ ସଭାପତିତ୍ବ କରିଥିଲେ ଓ ମୂଖ୍ୟ ଅତିଥି ଭାବରେ ଆରଏସପିର ବରିଷ୍ଠ ଅଧିକାରୀ ସୋମନାଥ ତ୍ରିପାଠୀ ଯୋଗଦେଇଥିଲେ ଏବଂ ସଂଘର ଉପ ସଭାପତି ଶ୍ରୀ ରଶ୍ମିରଞ୍ଜନ ବୋଇତାଇ ଓ ସାଂସ୍କୃତିକ ସମ୍ପାଦକ ଆଶୋକ କୁମାର ପଟ୍ଟନାୟକ ମଞ୍ଚାସୀନ ହେବାସହ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ମହାପାତ୍ର, ଡଃ ନଗେନ ଦାସ, ପ୍ରସନ୍ନ ମହାନ୍ତି, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ରଶ୍ମି ସାହୁ, ସ୍ମିତା ମିଶ୍ର, କନକ ଲତା ମିଶ୍ର,ସୁପ୍ତି କର, ପୁଷ୍ପା ରାଣୀ ପଟେଲ, ପୁର୍ଣ୍ଣ ଚନ୍ଦ୍ର ଜେନା, ଧରଣିଧର ସାମଲ, ପରିକ୍ଷିତ ଗୁରୁ, ନିରଞ୍ଜନ ପଣ୍ଡା, ବ୍ରଜେନ୍ଦ୍ର ଦାଶ, ସତ୍ୟ ନାରାୟଣ ଦାଶ, ଲକ୍ଷ୍ମଣ ଦାସ, ଗଦାଧର ରଥ ଉପସ୍ଥିତ ରହି ସହଯୋଗ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ବାଳିକା ବିଭାଗରେ ଡ.ଏ.ନ.କେ ଡି ଏ ଭି ପବ୍ଲିକ ସ୍କୁଲ ଚମ୍ପିୟାନ ଓ ମୁନ୍ସିପାଲ ହାୟର ସେକେଣ୍ଡାରୀ ସ୍କୁଲ ରନର୍ସଅପ୍ ହୋଇଥିଲେ।ବାଳକ ବିଭାଗରେ ଡ.ଏ ନ୍ କେ ଡି ଏ ଭି ପବ୍ଲିକ ସ୍କୁଲ ଚମ୍ପିୟାନ ଓ ସେଣ୍ଟ ଆର୍ନୋଲ୍ଡ ସ୍କୁଲ ରନର୍ସ ଅପ୍ ହୋଇଥିଲା।ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି,ମାନପତ୍ର ସହ ନଗଦ ରାଶି ଦେଇ ପୁରସ୍କୃତ କରାଯାଇଥିଲା।ବେଷ୍ଟ ରେଡାର ଓ ବେଷ୍ଟ କେଚର ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା ସ୍କାଉଟ ଗାଇଡସ ପକ୍ଷରୁ ଖଡିଆଳ ଠାରେ ଜଳଛତ୍ର

ଅବିନାଶ ମହାପାତ୍ର ଙ୍କ କବିତା ଏଇତ ଜୀବନ ଖେଳ 

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ରାକ୍ଷୀ ମୋ ରାକ୍ଷୀ , ଦୁଃଖ ସୁଖର ସାକ୍ଷୀ 

Sunil Chandra Nayak

Leave a Comment

error: Content is protected !!