ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

ମୟୂରଭଞ୍ଜ -୧୮/୧୦/୨୨) ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକର ତେଣ୍ଡା ପଞ୍ଚାୟତର ଆମଲାବେଡା ଗ୍ରାମ ସନ୍ନିକଟ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ  ନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ବୈଷୟିକ ଅଧିକାରୀ ସୁପରିଣ୍ଟେଡେଣ୍ଟ ଇଂ କୃଷ୍ନ ଚନ୍ଦ୍ର ସାବତ , ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଇଂ ବଲ୍ଲଭ ବେହେରା, ସ୍ଥାନୀୟ ଜନପ୍ରତିନିଧି, ଯାମଦାଗ୍ରାମ ବାସୀ,ରାଜସ୍ଵ କର୍ମଚାରୀ,ବିଡ଼ିଓ , ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ୍ଣ ଚନ୍ଦ୍ର ମାର୍ଣ୍ଡୀ,ପାସନା ସରପଞ୍ଚ ମାଳତୀ ଆଳଦା,ତାରଣା ସରପଞ୍ଚ , ଗ୍ରାମବାସୀ, କୃଷକଙ୍କ ଦ୍ବାରା ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରମନ୍ତ୍ରୀ ଓ ବିଭାଗୀୟ କର୍ମଚାରିଙ୍କୁ ମଧୁପୁର ଗ୍ରାମରେ ଅଂଚଳବାସୀ ଆଦିବାସୀ ନୃତ୍ୟ ଓ ବାହାରେ ପାଛୋଟି ନେଇଥିଲେ । ପରେ ଆମଲାବେଡା ଗ୍ରାମବାସୀ ମଧ୍ୟ ମନ୍ତ୍ରୀ ଓ ବିଭାଗୀୟ କର୍ମଚାରୀଙ୍କୁ ପାଛୋଟି ନେଇଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମନୋଜ ଦାସ,ବିଜେପି ରାଜ୍ୟ ସଂପାଦକ ନବୀନ ରାମ ,ବିଧାୟକ ପ୍ରତିନିଧି ବିଜୁ ଗୋପାଲ ଗୋପ,ସାଂସଦ ପ୍ରତିନିଧି ସାମନ୍ତ ଗିରିଙ୍କ ସମେତ ଅନ୍ଯ ନେତୃବୃନ୍ଦ ଓ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ । ପରେ ଆମଲାବେଡା ପଡ଼ିଆରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ବିଜେପି ନେତା ବିଜୁ ଗୋପାଲ ଗୋପ ସଭାପତିତ୍ବ କରିବା ସହ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ ହେଲେ ଜାମଦା ବ୍ଳକରେ ମରୁଡ଼ିର ପ୍ରଦର୍ଶନୀ ସବୁଦିନ ପାଇଁ ଲିଭିଯିବ ।ଏହା ହେବ ଜାମୁଦା ଅଂଚଳବାସୀଙ୍କ ଜୀବନ ରେଖା ପାଲଟିବା । ଭଗବାନଙ୍କର ଏହା ବରଦାନ ।ଏଠାରେ ପ୍ରକଳ୍ପ ହେଲେ ଯାମଦା ବ୍ଳକର ତେଣ୍ଡରା ପଞ୍ଚାୟତ,ପାସନା, ପଞ୍ଚାୟତ,କୁଲେଇବିରା ପଞ୍ଚାୟତ,ତାରଣା ପଞ୍ଚାୟତ,ଜାମଦା ପଞ୍ଚାୟତର ୫୫୦୦ ହେକ୍ଟର ରୁ ଅଧିକ ଚାଷ ଜମିରେ ଜଳସେଚନ ହୋଇପାରିବେ । ଜାମଦା ବାସୀ ଦୁଇଥର ବର୍ଷକୁ ଚାଷ କରି ଆର୍ଥିକ ଲାଭାବାନ ଓ ଆତ୍ମନିର୍ଭରଶୀଳ ହେବା ସହ ଦାଦନ ହୋଇ ବାହାର ରାଜ୍ୟକୁ ଯିବେ ନାହିଁ । କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ କହିଥିଲେ ବୈଷୟିକ ଟିମ୍ ଆଜିର ସର୍ବେକ୍ଷଣ ରିପୋର୍ଟ ଉପରେ ଆଲୋଚନା କରିବା ସହ ମାସକ ମଧ୍ୟରେ ତାହା ରୂପରେଖ ହୋଇ ସରକାରଙ୍କ ଗାଇଡ ଲାଇନ ଅନୁସାରେ କାମ ତ୍ବରାନ୍ବିତ କରାଯିବ ଏବଂ ୨୦୨୩ ବେଳକୁ ପ୍ରକଳ୍ପ ଆରମ୍ଭ ହେବ । ମୋଦୀ ସରକାରଙ୍କ କୃଷକମାନଙ୍କ ପାଇଁ ହାତ ଖୋଲା । ଅର୍ଥର ଅଭାବ ରହିବ ନାହିଁ ।ବିଧାୟକ ନବ ଚରଣ ମାଝୀ ମଧ୍ୟ ଏହି ପ୍ରକଳ୍ପ ନେଇ ସେ ସରକାରଙ୍କ ସହ ଆଲୋଚନା କରି କାମକୁ ଆଗେଇନେବେ ଏବଂ ଖୁବ୍ ଶିଘ୍ର ଏହି ଅଂଚଳବାସୀଙ୍କ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ ସାକାର ହେବ । ବହୁ ସଂଖ୍ୟାରେ ଅଂଚଳବାସୀ ଯୋଗ ଦେବାସହ ସୁଚିନ୍ତିତ ତମ ମତାମତ ଦେଇଥିଲେ । ଜାମଦାବାସୀ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗ ଦେଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବିଜୁ ଗୋପାଲ ଗୋପ,ସାମନ୍ତ ଗିରି,ସର୍ବେଶ୍ଵର ଦାସ ପ୍ରମୁଖ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରତୀୟ ବେରୋଜଗାର ମୋର୍ଚ୍ଚାର ଥାଳି ପିଟ ଆନ୍ଦୋଳନ

Sunil Chandra Nayak

ରାଇରଙ୍ଗପୁର ପିସିଏମ କଲ୍ୟାଣ ଭବନ ପରିସରରେ ଅମୃତ ମହୋତ୍ସବ ସମାରୋହ

Sunil Chandra Nayak

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!