ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ମିତ ପାଇଁ ଗୀତ

   ମିତ ପାଇଁ ଗୀତ

 

             ପ୍ରତିମା ଶତପଥି

     ରାଗ,, କୌଶିକ..
ତୁମ ପାଇଁ ମିତ, ଲେଖୁଛି ମୁଁ ଗୀତ
       ଭୁଲିମୁଁ ପାରୁନି ତୁମକୁ
ତୁମେ ଚାଲିଗଲ, ମୋତେ ଭୁଲିଗଲ
       ଚାହିଁଛି ତୁମ ରି ବାଟକୁ
           କେବେ ଆସିବ
ମୋର ସାଙ୍ଗରେ ଯେ ଖେଳିବ
ଏ ଦୁର୍ଗାପୂଜାରେ ,ତୁମରି ସାଙ୍ଗରେ 
      ସମୟ ମୋହର କଟିବ.
ତୁମ ବାପାଙ୍କର, ଯେ ଭୁବନେଶ୍ୱର
      ବଦଳି ଯେବେ ହୋଇଗଲା
ତୁମେ ଚାଲିଗଲ, ସେଠାରେ ରହିଲ
      ହୋଇଗଲି ମୁହିଁ ଏକଲା
           ତୁମରି ସ୍ମୃତି
       ଭୁଲିପାରିବି ମୁଁ କେମିତି
ଆମେ ସାଙ୍ଗ ହୋଇ , ଖେଳୁଥିଲେ ଯାଇ
        ପାଳ ଗଦାର ମୂଳେ ନିତି.
 ସାଙ୍ଗସାଥି ହୋଇ, କୁଆଁର ପୁନେଇଁ 
      ଓଷା କରୁଥିଲେ ଖୁସିରେ
ଅଳତା ଓ ବିନ୍ଦି, ନୂଆ ଜାମା ପିନ୍ଧି 
        ବୁଲୁଥିଲେ ଗାଆଁ ଦାଣ୍ଡରେ
              ସାଥି ମେଳରେ
     ଗୀତ ବୋଲି ମନ ଖୁସିରେ.
ବାଲିଘର ତୋଳି, ଚାନ୍ଦ ପୂଜାକରି
     ପକାଉଥିଲେ ପୋଖରୀରେ.
ଆସିଗଲେ ରଜ, ହୋଇ ସଜବାଜ
     ଆନନ୍ଦେ ଦୋଳି ଖେଳୁଥିଲେ 
ପୋଡ଼ ପିଠା ଖାଇ, ବୁଲି ସାଇ, ସାଇ
     ରଜ ପାନ, ଦିଆ ନିଆରେ
          ହର୍ଷ ମନରେ
ଦିନ ଯାଉଥିଲା କଟିରେ
ଭାବି ସେହିକଥା, ମନ ମୋର ବ୍ୟଥା
      ହେଉଅଛି ଓଷା ବାରରେ
ପିଲାଦିନ ସାଥି, ସେ ଅଭୁଲାସ୍ମୃତି
     ଜୀବନରେ ଭୁଲି ହୁଏନା
ହଜିଲା ଅତୀତ, ମିଳିବ ନାହିଁତ
    ଯେତେ କରୁଥିଲେ ଭାବନା
         ସାଙ୍ଗ ମୋହର
   କେବେ ଆସିବ ଆମଘର
ଚାତକ ପରାୟ ,ହୋଇଣ ଅଥୟ
      ଅପେକ୍ଷା ରେ ଅଛି ତୁମର
ମନର କଥାକୁ, କୁହଇ ମିତକୁ
       କାହାକୁ ହୁଏ ନାହିଁ କହି
ସାଙ୍ଗ ଅଟେ ଶ୍ରେଷ୍ଠ, ସବୁ କଥା ସ୍ପଷ୍ଟ
       ତାହା ସଙ୍ଗେ କରି ହୁଅଇ
      ବାପା ଓ ମାଆ
ଭାଇ, ଭଉଣୀ, ଓ ତନୟା.
ଏମାନଙ୍କୁ କେବେ କହି ହୁଏ ନାହିଁ
       ମନଭିତରେ ଅଛି ଯାହା.
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ
     ଲେଖିକି ଚାହିଁଛି ଅନାଇ
ଆସିଲେ ପାଖକୁ, ଦେବି ପଢିବାକୁ
      ପଢି ଆନନ୍ଦ ଯିବ ହୋଇ
           ଖୁସି ମନରେ
   କୁଣ୍ଢେଇବ ମୋତେ ଅଧିରେ
ହାତେ ଛନ୍ଦି ହାତ, ବୋଲିବ ହେ ମିତ
      ରହିବି ମୁଁ ତୁମ ପାଖରେ.
 

      ଜିଲ୍ଲା,, ଯାଜପୁର

Related posts

ବଣିଜରାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

କେସିଙ୍ଗା ଏନଏସି ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଗଉଡ ଙ୍କ ପରଲୋକ

ବଢୁଛି ପାଣି ମୋଟର ଚୋରି ,ଟେର ପାଉନି ପୋଲିସ

Sunil Chandra Nayak

Leave a Comment

error: Content is protected !!