ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାଙ୍କ ଦ୍ୱାରା ଦେଶୀଭାଟି ଘେରାଉ

ପାପଡାହାଣ୍ଡି, 19/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ର ପୋକନା ଗୁଡା ଗ୍ରାମର ପ୍ରାୟ 50ରୁ ଉର୍ଦ୍ଧ ମହିଳା ବୁଧବାର ମଇଦଲପୁର ସ୍ଥିତ ଦେଶୀ ମଦଭାଟି ଘେରାଉ କରି ହୋ ହାଲ୍ଲା କରିଥିଲେ | ଘେରାଉ ସମୟରେ ଉତେଜନା ଦେଖାଦେଇଥିବା ବେଳେ ଅଗାମି ଦିନରେ ଭାଟି ର ମଦ ଯଦି ଗ୍ରାମରେ ବିକ୍ରି କରାଗଲା ତେବେ ସେମାନେ ଭାଟିକୁ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଛନ୍ତି | ସୂଚନା ଅନୁଯାଇ ଉକ୍ତ ଗ୍ରାମରେ ଦେଶୀ ପାଉଚ ମଦ ବିକ୍ରି ହେବାରୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା ଯଥା ପାଉଚ ମଦ ପିଇ କିଛି ଲୋକ ମୃତ୍ୟୁ ବରଣ କରିଥିବା ବେଳେ କିଛି ଲୋକ ଘର ର ଆବଶକୀୟ ସାମଗ୍ରୀ ବିକ୍ରି କରି ମଦ ପିଇ ସର୍ବଶାନ୍ତ ହୋଇଛନ୍ତି | କିଛି ଲୋକ ମଦ ପିଇ ଅସାମାଜିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି | ଉକ୍ତ ଘଟଣା କୁ ଆଖି ଆଗରେ ରଖି ଗ୍ରାମବାସୀ ଗତ 6ମାସ ତଳେ ଗ୍ରାମରେ ମଦ ବିକ୍ରି କରିବାକୁ ସମସ୍ତ ଗ୍ରାମବାସୀ ବାରଣ କରିଥିଲେ କିନ୍ତୁ କିଛି ଦିନ ହବ ପୁନଃ ଉକ୍ତ ଗ୍ରାମରେ ମଦ ବିକ୍ରି ହେଉଥିବାରୁ ଗ୍ରାମର ସମସ୍ତ ମହିଳା ଆସି ଦେଶୀଭାଟି କୁ ଘେରାଉ କରି ପୋକନା ଗୁଡା ରେ ମଦ ବିକ୍ରି ନିମନ୍ତେ ନ ଦେବାକୁ କହିଥିଲେ ଏବଂ ଆଗାମୀ ଦିନରେ ଉକ୍ତ ଗ୍ରାମରେ ଭାଟି ରୁ ମଦ ବିକ୍ରି ହେଲେ ଦେଶୀ ଭାଟି କୁ ସମ୍ପୂର୍ଣ ରୂପେ ଭାଙ୍ଗିବୁ ବୋଲି ପୋକନା ଗୁଡା ଗ୍ରାମର ସମସ୍ତ ମହିଳା ଚେତାବନୀ ଦେଇଛନ୍ତି | 

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବାରଙ୍ଗପାଲିଆ ପଧାନ ପରିବାର ର ପ୍ରଥମ କୁଳ ମହୋତ୍ସବ ପାଳିତ

Sunil Chandra Nayak

ନଦୁଆଁରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା –  ଶହିଦଙ୍କୁ ସମ୍ମାନ ଆମ ସରକାରର ଦାୟିତ୍ୱ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ହସେ ଗୁପ୍‌ଚୁପ୍ କାନ୍ଦେ ଇଟିଲି

Sunil Chandra Nayak

Leave a Comment

error: Content is protected !!