ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

ଚନ୍ଦାହାଣ୍ଡି -19/10(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ଏନ ପି ଏସ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପାନାବେଡା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶରତ ମାଝୀଙ୍କ ଅଧକ୍ଷତାରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସମସ୍ତ ଏନ ପି ଏସ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ସଭାପତି ଭାବେ ଦେବବ୍ରତ ବିଶ୍ୱାସ, ଉପ ସଭାପତି ଭାବେ ସୁଶାନ୍ତ କୁମାର ଗୌଡ଼ ଓ ଧୀରଜ ବିଶ୍ୱାସ, ସମ୍ପାଦକ ଚମ୍ପେଶ୍ୱର ଭୋଇ, ସହ ସମ୍ପାଦକ ତରଣୀ ସେନ ପ୍ରଧାନ ଓ ତାରାଚlନ୍ଦ ସା, କୋଷାଧକ୍ଷ ବାଳକୃଷ୍ଣ ବରିହା,ସଂଯୁକ୍ତ କୋଷାଧକ୍ଷ କୃପାବିଭବ ଭୋଇ, ଜିଲ୍ଲା ସଂଯୋଜକ ଭାବେ ଅଲୋକ ରଶ୍ମିରଞ୍ଜନ ଦାସ ଓ ଖଗେଶ୍ୱର ବେଶ୍ରା ଏବଂ ଉପଦେଷ୍ଟା ଭାବେ ନୀଳାମ୍ବର ପଟେଲ, ଶରତ ମାଝୀ, ଚିନ୍ମୟ ଚୌଧୁରୀ,ଓ ଇନ୍ଦ୍ର ନାୟକଙ୍କୁ ଚୟନ କରାଯାଇଥିବା ବେଳେ ଶିକ୍ଷକ ଶତ୍ରୁଘନ ମଲିକ, ମଧୁ ମେହେର, ପ୍ରଭାତ ପାତ୍ର, ଲାଲୁ ମାଝୀ, ମଳୟ ନାୟକ, ଜଗଦିଶ ନାୟକ, ମଞ୍ଜୁଶ୍ରୀ କର, ଗଜେନ୍ଦ୍ର ମାଝୀ, ନରସିଂହ ଜେନା, ସୁଶାନ୍ତ ଗୌଡ଼, ସନ୍ତୋଷ ବେହେରା, ମୋହନ ଭୋଇ, ଘନଶ୍ୟାମ ସାହୁ, ରୋହିତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସଭା ଟିକୁ ଶିକ୍ଷକ ଆଲୋକ ରଶ୍ମିରଂଜନ ଦାସ ପରିଚାଳନା କରିଥିବା ବେଳେ ଶିକ୍ଷକ ଇନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କବିତା ସାହୁ ଙ୍କ କବିତା ଭଗବାନ ବୁଦ୍ଧଦେବ

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି , ରାଜସ୍ଥାନ ରାଜମହଲ କୁ ଅକ୍ଷରଧାମ ତୋରଣ

Sunil Chandra Nayak

ଭାଲୁ ଆକ୍ରମଣରେ କାନ୍ଦୁଲ ଡଙ୍ଗରି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର

Sunil Chandra Nayak

Leave a Comment

error: Content is protected !!