ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନଜୀବି ଙ୍କୁ ଆକ୍ରମଣ ଘଟଣା,ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲଣ 

କାମାକ୍ଷନଗର (ମ ନି ସ)୨୦/୧୦_ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର କୋର୍ଟ ର ଆଇନଜିବୀ ଶଶଧର ମାହାନ୍ତିଙ୍କୁ ଆକ୍ରମଣ ଘଟଣାରେ , ଆଉ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି କାମାକ୍ଷାନଗର ପୋଲିସ। ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଲେ ଏସଡିପିଓ ରଞ୍ଜନ କୁମାର ଦେ। ସୂଚନା ମୁତାବକ ଗତ ମାସ ୨୮ ତାରିଖରେ ବାଲିଗୋରଡ ଠାରେ ଏକ ରେଷ୍ଟୁରାଣ୍ଟ ରେ ଦୁଇ ଜଣ ଆଇନଜିବି ଓ ଦୁଇ ଜଣ କୋର୍ଟ କର୍ମଚାରି ଖାଇ ବସିଥିବା ବେଳେ ୭ ଜଣ ଦୁର୍ବୁତ୍ତ ବିୟର ବୋତଲ ଓ ଷ୍ଟିଲ ମଗରେ ଆକ୍ରମଣ କରିଥିଲେ ।ଫଳରେ ଆଇନିଜୀବି ଶଶଧର ମହାନ୍ତି ଗୁରୁତର ଭାବେ କଟକ ରେ ଏବେବି ଚିକତ୍ସାଧୀନ ଅଛନ୍ତି | ଏ ନେଇ ପୋଲିସ ଗତ ମାସ ୨୯ ତାରିଖ ରେ ଅନିଲ କୁମାର ପି ନାମକ ଯୁବକଙ୍କୁ ଗିରଫ କରି ଥିବା ବେଳେ , ଅନ୍ୟ ଆସାମୀ ମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲା | ବାକି ଆସାମିଙ୍କୁ ଗିରଫ ଦାବିରେ ଓକିଲ ସଙ୍ଘ ଗତ ୧୩ ତାରିଖ ରେ କାମାକ୍ଷା ନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ , ୧୮ତାରିଖ ଦିନ କୋର୍ଟ ବନ୍ଦ ସହ କଳାବ୍ୟାଚ ପିନ୍ଧି ଆଇନୀଜୀବୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ  |ତେବେ ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କାମାକ୍ଷାନଗର ଉପଜିଲ୍ଲାପାଳ ଓ ଏସଡିପିଓ ଓକିଲ ସଂଙ୍ଘ କୁ ପ୍ରତିଶୃତି ଦେବା ପରେ ଧାରଣା ରୁ ଉଠିଥିଲେ ଆଇନଜୀବି | ତେବେ ସେ ଅଭିଯୁକ୍ତ ଙ୍କ ମଧ୍ୟରୁ ଗୁଜୁରାଟ ରୁ ଜିରିଡାମାଳି ଗ୍ରାମର ରଶ୍ମି ଦାସ ନାମକ ଯୁବକଙ୍କୁ ଅକ୍ଟୋବର ୧୭ତାରିଖ ରେ ପୋଲିସ ଗିରଫ କରିଥିବା ବେଳେ,ଗତ କାଲି ରାଇବୋଲ ଗ୍ରାମର ଶ୍ରୀକାନ୍ତ ସାହୁ ନାମକ ଯୁବକ ଙ୍କୁ ଗିରଫ କରାଯାଇଛି। ଏବଂ ଏଥିରେ ବ୍ୟବହାର ହୋଇଥିବା ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରିବା ସହ ଆକ୍ରମଣ କରିଥିବା ଭଙ୍ଗା ବିୟର ବୋତଲ ଓ ମଗ ଜବତ କରିଛି। ଆଜି କୋର୍ଟ ଚାଲାଣ କରାଯିବା ନେଇ ଏସଡିପିଓ ରଞ୍ଜନ କୁମାର ଦେ ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Sunil Chandra Nayak

କୁଡୁମି ସଂଗଠନ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସଂଗଠନର ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

Leave a Comment

error: Content is protected !!