ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ହେମନ୍ତ

       ହେମନ୍ତ 

ଶରତ ଧରାରୁ ବିଦାୟ ନେଇଛି
ହେମନ୍ତ ପାଦ ଦେଇଛି
ମହା କାରିତିକ ଧରମ ମାସକୁ
ସାଥିରେ ତାର ଆଣିଛି।। 
ମୁହଁ ସଞ୍ଜ ହେଲେ ପଡଇ ଶିଶିର
ଥଣ୍ଡା ପଡେ ଧୀରେ ଧୀରେ
ପ୍ରଭାତେ କାକାର ଗଛ ପତରରେ
ମୁକ୍ତା ଭ୍ରମ ସୃଷ୍ଟି କରେ।।
କାର୍ତ୍ତିକ ମାସରେ ହବିଷାଳିମାନେ
ବଢି ଭୋଓରରୁ ଉଠି
ସ୍ନାନ ଶୌଚ ସାରି ଦେବା ଦେବୀ ପୀଠେ
ହୋଇଥାଆନ୍ତି ଏକାଠି।। 
ପ୍ରଭାତୁ ମଙ୍ଗଳ ଆଳତୀ ଦର୍ଣନ
ପାଇଁ ଭିଡ ଜମିଯାଏ
ଭଜନ କୀର୍ତ୍ତନ ଘଣ୍ଟ ମର୍ଦ୍ଦଳରେ
ମଙ୍ଗଳ ଆଳତୀ ହୁଏ।। 
ହେମନ୍ତ ଋତୁରେ ଦୀପାବଳୀ ଆସେ
ମାଆ କାଳୀପୂଜା ହୋନ୍ତି  
ଆଲୋକ ପର୍ବରେ ଗାଆଁରୁ ସହର
ସଭିଏଁ ଦୀପ ଜାଳନ୍ତି।। 
ପିତୃ ପୁରୁଷଙ୍କୁ କାଉଁରିଆ କାଠି 
ଜାଳି ପିଣ୍ଡ ବାଢନ୍ତି 
ଅନ୍ଧାରରେ ଯାଅ ଆଲୁଅରେ ଆସ
ବଡ ବଡୁଆ ଡାକନ୍ତି।। 
ପଞ୍ଚକ ଆସିଲେ ବୁଡ ପକାଇଣ
ରାଇ ଦାମୋଦର ପୂଜି
ବାଲୁଙ୍ଗା ତୋଳିଣ ପୂଣ୍ୟ ଅରଜନ୍ତି
ରାଧା କୃଷ୍ଣ ଭଜି ଭଜି।। 
ଚଉରାରେ ପଞ୍ଚବର୍ଣ୍ଣର ମୁରୁଜ 
କି ସୁନ୍ଦର ପକାଯାଏ
ଧର୍ମ ଭାବନାରେ କାର୍ତ୍ତିକ ବ୍ରତ 
ପବିତ୍ରତା ଭରିଦିଏ।। 
ଶୁଦ୍ଧ ପୂତ ଶାକାହାର କରି ସର୍ବେ
ଭଜନ କୀର୍ତ୍ତନେ ମାତି
ମହା କାର୍ତ୍ତିକର ପଞ୍ଚକ ବ୍ରତକୁ
ଭକ୍ତିଭରେ ପାଳିଥାନ୍ତି।।
ହେମନ୍ତ ତୁଟି ପବିତ୍ରତାଭରେ
ଧାର୍ମିକ ଭାବନା ଦେଇ
ବିଦାୟ ବେଳାରେ ମଗୁଶିର ଆସେ 
ପଡିଦାତ୍ରୀ ପୂଜା ନେଇ।। 

ବନଲକ୍ଷ୍ମୀ ମହାନ୍ତି 

 ନଡିଆବରାଇ , କେନ୍ଦ୍ରାପଡ଼ା ।।

Related posts

ଚଳାନପଡା ରାମନାଥ ଉଚ୍ଚ ବିଦ୍ୟାପୀଠ ରେ ବନ ମହୋତ୍ସବ ପାଳିତ

କେସିଙ୍ଗା ଉପଖଣ୍ଡ ଥାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ସଂଯୁକ୍ତା ସାହୁ ଙ୍କ କବିତା ମନ ଏକ ଉଡନ୍ତା ପକ୍ଷୀ

Sunil Chandra Nayak

Leave a Comment

error: Content is protected !!