ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ନିଆଁ

         ନିଆଁ 

ଦୁଃଖର ନିଆଁ ଜାଳିଦିଏ ହୃଦୟେ 
କାମନାର ମୋହ ପାଇଁ
ଯଉବନ ବୃକ୍ଷ ଛାଇ ଦିଏ ନାହିଁ
ଉଇକୀଟ ଗଲେ ଖାଇ l
ବୃଦ୍ଧ ପକ୍ଷୀ ସାହାରା ଖୋଜେ
ପକ୍ଷୀ ପୁତ୍ର ଆଶ୍ରା ପାଇଁ
ଉନ୍ମାଦନା ଗ୍ରୀଷ୍ମ ଜାଳି ଦିଏ ସବୁ
ଘାସପତ୍ର,ଲତା ,ଭୂଇଁ l
ଧୋକାବାଜ ପ୍ରେମ ମନେ କଷ୍ଟ ଦିଏ 
ଆଜିର ଯୁବକ ଯୁବତୀ ପାଇଁ
ନଈ ବଢ଼ି ଜଳ ସୀମା ଲଂଘିଯାଏ 
ବାଟବଣା ପଥ ହୋଇ l
ପାଠପଢା ପିଲା ପାଠ ଭୁଲି ଯାଏ
ଅମାନିଆ ମନ ହୋଇ
ଘର କାମ ଧାମ ସବୁ ଭୁଲି ଯାଏ
ଅନୈତିକ ପ୍ରୀତି ପାଇଁ l
ଏଂଥୁଡିଶାଳରେ ମାଆ ଶେକା ନିଆଁ
ଛୁଆକୁ ଦିଏ ବଳ,ଶକତି
ଅନ୍ତିମ ସମୟେ ମଶାଣିର ନିଆଁ
ପ୍ରାପ୍ତି ହୁଏ ଶେଷ ମୁକତି l
ଯଉବନ ବେଳାରେ ବିବାହ ନିଆଁ
ଦୁଇ ଆତ୍ମା ଯାଏ ମିଶି 
ଚୋରା ପୀରତି,ପ୍ରେମର ନିଆଁ
ଚିତ୍ତ, ମନ କଷ୍ଟ ବେଶୀ l

           

            ଜଗଜ୍ଜୀବନ ସା

              କୁମ୍ଭାରୀ,ଗୋଲାମୁଣ୍ଡା
              କଳାହାଣ୍ଡି (ଓଡିଶା ) 
           

Related posts

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ସଫଳ ଦୁଇ ମହିଳା ଚାଷୀ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!