ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି
      କରୁଛୁ ସଦା ପାଳନ
ମନ୍ଦିର ଦର୍ଶନ ଦାନ ଧର୍ମ କରି
    ପୁଣ୍ୟ କରୁ ଅରଜନ।
ସ୍ନାନସାରି ଯାଉ ପ୍ରଭୁଙ୍କ ପାଖକୁ
     ମନ ଦୁଃଖ ଖୋଲି କହି
ଭକ୍ତିରେ ଚିତରେ ଭଜନ ଗୀତରେ
    ମୋ ଭାବ ଉକ୍ତିକୁ ଥୋଇ।
ମନ୍ତ୍ର ପାଠ କରି ପୂଜା ଧୂପ ଦେଇ
     ଜୀବନ ରଖ ମୋ ସୁଖ
ତୁମ ମୁଖ ଚାହିଁ ଦିନ ବିତି ଯାଉ
    ବାରେ କ୍ଷମା ଦେ ଶ୍ରୀମୁଖ।
ନିତି ତୁମ ନାମ ଧରୁଛି ତୁଣ୍ଡରେ 
    ଶାନ୍ତି ମୋ ଲାଗୁଛି ମନ
ଦିବସ ରଜନୀ ତୁମରି ସେବାରେ
      ବିତିଯାଏ ଏ ଜୀବନ।
ତୁମରି ଚନ୍ଦନ ତୁମରି ତୂଳସୀ
    ମଥାରେ ହାତେ ପାଦୁକା
ପାଇଗଲା ପରେ ମନକୁ ପବିତ୍ର
    ପ୍ରଭୁ ମୋ ଦର୍ଶନେ ଦେଖା।
ଚାହିଁ ଦେଲେ ଥରେ ଆଖି ଆଖି ମିଶି
    ଭକ୍ତିରେ କରୁ ଜୁହାର
କିଛି ମନ କଥା ଦୂର କରେ ବ୍ୟଥା
   ସେହି ମୋ କଳା ଠାକୁର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – “ବୋଲେ ବମ ସେବା ଶିବିର”

Sunil Chandra Nayak

ଜେକେଏନଏସଏସ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

Sunil Chandra Nayak

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!