ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକଙ୍କ ପାଇଁ ଖୁସି ଖବର ,  ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର

ଶ୍ରମିକଙ୍କୁ ଖୁସି ଖବର ଦେଲେ ରାଜ୍ୟ ସରକାର । ବୃଦ୍ଧି ପାଇଲା ସର୍ବନିମ୍ନ ମଜୁରୀ ପରିମାଣ । ସବୁବର୍ଗର ଶ୍ରମିକଙ୍କ ମଜୁରୀରେ ଦୈନିକ ୭ ଟଙ୍କା ବୃଦ୍ଧି ହୋଇଛି ଓ ଏହା ପିଛିଲା ଭାବେ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହେବ।

ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ବର୍ଗର ଶ୍ରମିକଙ୍କର ବର୍ଦ୍ଧିତ ସର୍ବନିମ୍ନ ମଜୁରୀ ଅକ୍ଟୋବର ମାସ ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏନେଇ ରାଜ୍ୟ ଶ୍ରମ କମିସନରଙ୍କ ତରଫରୁ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଅଣକୁଶଳୀ ଶ୍ରମିକମାନେ ଦୈନିକ ୩୨୬ ଟଙ୍କା ମଜୁରୀ ପାଉଥିବା ବେଳେ ଏବେ ସେମାନେ ୩୩୩ ଟଙ୍କା ପାଇବେ । ଅର୍ଦ୍ଧକୁଶଳୀମାନେ ପୂର୍ବରୁ ୩୬୬ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୩୭୩ ଟଙ୍କା ପାଇବେ । କୁଶଳୀମାନେ ପୂର୍ବରୁ ୪୧୬ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୪୨୩ ଟଙ୍କା ଓ ଉଚ୍ଚ କୁଶଳୀ ପୂର୍ବରୁ ୪୭୬ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୪୮୩ ଟଙ୍କା ପାଇବେ ।

ଦରଦାମ ବୃଦ୍ଧି କାରଣରୁ ପ୍ରତି ୬ ମାସରେ ଥରେ ମଜୁରୀ ସଂଶୋଧନ କରାଯିବା ନେଇ ନିୟମ ରହିଛି । ଏପ୍ରିଲ ମାସ ୧ ତାରିଖରୁ ଅକ୍ଟୋବର ୧ ମଧ୍ୟରେ ଏହି ନିୟମ ଲାଗୁ କରାଯିବ । ଚଳିତ ବର୍ଷ ଗତ ଜୁନ ୩୦ ତାରିଖ ସୁଦ୍ଧା ଖାଉଟି ମୂଲ୍ୟ ସୂଚକାଙ୍କ ସଂଖ୍ୟା ୩୫୭.୬୫ ପଏଣ୍ଟରୁ ୩୬୫.୭୬କୁ ବୃଦ୍ଧି ପାଇଥିଲା । ସେହି ଅନୁସାରେ ମଜୁରୀ ସଂଶୋଧନ କରାଯାଇଛି । ମୋଟ ୮୦ଟି ବର୍ଗର ଶ୍ରମିକଙ୍କ କ୍ଷେତ୍ରରେ ଏହି ସଂଶୋଧିତ ମଜୁରୀ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତେବେ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା ଫଳରେ ହଜାର ହଜାର ଶ୍ରମିକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯଦି ସୁନ୍ଦରୀଟି‌ ହୋଇଥାନ୍ତି

Sunil Chandra Nayak

ପଞ୍ଚାୟତକୁ ଯିବାକୁ ରାସ୍ତା ସାଜୁଛି ସାଜୁଛି ବାଧକ

Sunil Chandra Nayak

Leave a Comment

error: Content is protected !!