ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଣ୍ଡରା ଗୁଡା ସ୍କୁଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

 ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗୀତା ରେ ଭାଗ ନେଇଥିଲେ । ପ୍ରତିଯୋଗୀତା ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଯାହା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲା । ଏହି ସୁରଭି କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ସି ଆର ସି ସି ନନ୍ଦିକୃଷ୍ଣ ନ।ଏକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ଶଶୀ ସେନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଦାସିଗାଁ ପଞ୍ଚାୟତ ହାଇ ସ୍କୁଲର ସହକାରୀ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡା ଯୋଗଦାନ କରି ଥିବା ବେଳେ ସମ୍ମାନିତ  ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଘାସି ରାମ ପାନ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ପ୍ରଧାନ ଶିକ୍ଷକ ଶିଶିର କୁମାର ଯୋଶୀ ,ନରେନ୍ଦ୍ର ନ।ଏକ ,ପ୍ରବୀନ କୁମାର ପଣ୍ଡା ,ଶିକ୍ଷୟତ୍ରୀ ପୂଜା ସେଠି ,ରବି ନାରାୟଣ ,ପରୀକ୍ଷିତ ମାଝି ,ସାଲେ ଗ୍ରାମ ନ।ଏକ ଏବଂ ଅଭିରାମ ମଙ୍ଗରାଜ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଶିକ୍ଷକ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ବିଜେ ନାଗ ମଞ୍ଚ ପରିଚାଳନା କରିଥିଲେ । ପ୍ରତିଯୋଗୀତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିବା ବେଳେ ଶିକ୍ଷକ ଜୟ ନାରାୟଣ ମେହେର , କ୍ଷୀରୋଦ ଭୋଇ ,ଵୈଲୋଚନ ମହାନ୍ତି ,ଧନୀନ୍ଦ୍ର ସେଠି ,କମଳ ମାଝି ଏବଂ ଫିରୋଜ କୁମାର ଦଳପତି ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ସି ଆର ସି ସି ନନ୍ଦିକୃଷ୍ଣ ନ।ଏକ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

Sunil Chandra Nayak

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଙ୍କୁ ଡାବୁଗାଁ ବିଜେଡି ତରଫରୁ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!