ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ଶିବିର :୧୨୧ ଜଣଙ୍କୁ ମିଳିଲା ପ୍ରମାଣପତ୍ର

ତେନ୍ତୁଳିଖୁଣ୍ଟି :୨୧/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଜି ଭୀମ ଭୋଇ ଭିନ୍ନକ୍ଷମ ଶିବିର 2022 ଅନୁଷ୍ଠିତ ହୋଇଯାଉଛି। ଆଜି ଏହି ଶିବିର ପାଇଁ ୨୯୬ଜଣ ପଞ୍ଜିକୃତ ହୋଇଥିଲେ। ଚାରି ଜଣଙ୍କୁ ଟ୍ରାଇ ସାଇକେଲ,ଚାରି ଜଣ ଙ୍କୁ ହୁଇଲ ଚେୟାର , ଦୁଇ ଜଣ ଙ୍କୁ ବାଣୀ ଶ୍ରୀ ସ୍କୋଲରଷିପ , ଦୁଇ ଜଣ ଙ୍କୁ ବସ ପାସ, ପାଞ୍ଚ ଜଣ ଙ୍କୁ ଡି ଆର ଆଇ ଋଣ ଓ ଛ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଛି। ଏହି ଶିବିର ରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ପଞ୍ଜିକୃତ ଙ୍କୁ ପରୀକ୍ଷା କରିଥିଲେ। ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର, ସାଇକୋଲୋଜିଷ୍ଟ ଅନନ୍ତ ଚରଣ ମେହେର,ଶିଶୁ ବିଶେଷଜ୍ଞ ସାରଦା ପ୍ରସାଦ ପ୍ରଧାନ,ଚକ୍ଷୁ ବିଶେଷଜ୍ଞ ଦେବାଶିଷ ମହାପାତ୍ର,ଇ ଏନ ଟି ବିଶେଷଜ୍ଞ ସଲମନ ମାଲିକ ,ଡି ଡି ଆର ଓ ବିଭୁଦତ୍ତ ସେଠି, ବରିଷ୍ଠ ଅଡିଓ ଲୋଜିଷ୍ଟ ଶିବ ପ୍ରସାଦ ସାହୁ,ଡାକ୍ତର ନବଘନ ସେଠି, ଡାକ୍ତର ଘନଶ୍ୟାମ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଏହି ଭିନ୍ନକ୍ଷମ ଶିବିର ରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଲନ୍ଦ୍ରୀ ନାୟକ , ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟା ମଞ୍ଜରୀ ବିଶୋଇ, ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ର ପରିଚାଳନା ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ କରିଥିଲେ।ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ମନୁ ପାତ୍ର ଓ ବି ଏସ ଏସ ଓ ରବିନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜାନକୀ ମହାନ୍ତ ଙ୍କ କବିତା ମୋ’ ସିନ୍ଥି ସିନ୍ଦୂର

Sunil Chandra Nayak

ପ୍ରାଥମିକ ଶିକ୍ଷା ହିଁ ସଫଳତାର ପ୍ରଥମ ମୂଳ ଭିତ୍ତିଭୂମି: ଅତନୁ ଭୌମିକ

Sunil Chandra Nayak

ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିବେ ଆଉ ବ୍ଲକ ମଧ୍ଯ କରିପାରିବେ

Sunil Chandra Nayak

Leave a Comment

error: Content is protected !!