ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

ନବରଙ୍ଗପୁର ୨୧,୧୦/ନବରଙ୍ଗପୁର ଜିଲ୍ଳା ର ୧୦ ଟି ବ୍ଲକ ରୁ ଆସିଥିବା ୩ଶହ ଜଣ ଯୁବ ପ୍ରତିଭାଙ୍କୁ ନେଇ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ନବରଙ୍ଗପୁର ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ରେ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓ ଅନ୍ୟତମ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଚନ୍ଦ୍ର ଶେଖର ହୋତା, ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ,ସଂସ୍କୃତି ଅଧିକାରୀ ଘାସି ହରିଜନ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ, ଶାରରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ବିଭାଶିସ ଦେ, ଜିଲ୍ଳା ଯୁବ ରେଡ କ୍ରସ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ହୋତା ଯୋଗ ଦେଇ ଯୁବ ସମାଜ କୁ ମାର୍ଗ ଦର୍ଶନ କରିଥିଲେ । ଯୁବ ସମାଜ କୁ ଆହ୍ୱାନ ଦେଇ ମୁଖ୍ୟ ଅତିଥି କହିଲେ ଯେ “ଯୁବକ ମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜେ ନିଜକୁ ପ୍ରଥମେ ଭଲ ପାଇଲେ ଯାଇ ଅନ୍ୟମାନେ ତୁମକୁ ଭଲ ପାଇବେ” । ନେହୁରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ବି. ରମେଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁବକେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଉପସ୍ଥାପନା କରିଥିଲେ । ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ବକ୍ତବ୍ୟରେ ନିଜ ବ୍ୟକ୍ତିତ୍ୱର ବିକାଶ ସହିତ କିଛି କିଛି ପ୍ରତିଭାର ବିକାଶ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ।ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର ନିଜ ବକ୍ତବ୍ୟ ପ୍ରଦାନ କରି ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ର ଛାତ୍ରୀ ଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସମସ୍ତେ ସହାୟକ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ । ନେହୁରୁ ଯୁବ କେନ୍ଦ୍ରର ମାର୍ଗ ଦର୍ଶିକା ଅନୁସାରେ ବକ୍ତୃତା, ଚିତ୍ରାଙ୍କନ, ଫଟୋଗ୍ରାଫି, କବିତା ଲିଖନ, ଯୁବ ସମ୍ବାଦ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍ସବ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ,ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ଯୋଗଦେଇ ଯୁବ ସମାଜ ଭିତରେ ଥିବା ପ୍ରତିଭା ଗୁଡିକର ବିକାଶ ହେଲେ ଯାଇ ଜିଲ୍ଳାର ସମସ୍ତ କ୍ଷେତ୍ରରେ ବିକାଶ ହେବା ସହ ଜିଲ୍ଲା ପାଇଁ ଗୌରବ ଆସି ପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର,ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଓ ଯୁବ ରେଡ଼କ୍ରସ ର କାଉନସିଲର ଅଧ୍ୟାପିକା ରଜନୀ ମିନଜ଼,ନିର୍ମଳା ହିକ୍କା, ଅଧ୍ୟାପକ ଅଶ୍ୱିନୀ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଶେଷରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜାତୀୟ ସେବା ଯୋଜନା ର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହ ସାମ୍ପ୍ରତିକ ସ୍ଥିତି ରେ ଯୁବ ସମାଜର ସ୍ଥିତି ଓ ବିକାଶ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ସମସ୍ତ ସ୍ବେଛାସେବୀ ଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ: ଅକ୍ଷର ବ୍ରହ୍ମ ଯୋଗ

Sunil Chandra Nayak

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି , ରାଜସ୍ଥାନ ରାଜମହଲ କୁ ଅକ୍ଷରଧାମ ତୋରଣ

Sunil Chandra Nayak

Leave a Comment

error: Content is protected !!