ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୧/୧୦-  (ମ ନି ସ)  କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଓ ମନୋବଳକୁ ଦୃଢକରିବା ପାଇଁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପ୍ରତିବର୍ଷ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ କରାଯାଉଛି। ଶୁକ୍ରବାର କୋକସରା ବ୍ଲକ ର କୋକସରା, ଆମପାଣି, ଲଡୁଗାଁ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋକସରା ଠାରେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲଙ୍କ ପରିଚାଳନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ କର, ବିଆରସିସି ତୋଫାନ ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀଵାଲା ନାଏକ, ଶିକ୍ଷକ ଦୁର୍ଯୋଧନ ବାଗ, ଶିକ୍ଷୟିତ୍ରୀ ତରୁଲତା ନାଏକ, ଶିକ୍ଷକ ମୁରଲୀଧର ମାଝୀ, ବବୃ ବାହାନ ବିଶି ଉପସ୍ଥିତ ଥିଲେ। ସେହିପରି ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟରେ ଅତିଥି ଭାବରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ମୁଖ୍ୟବକ୍ତା ଚିତ୍ତରଞ୍ଜନ ଠାକୁର, ସମ୍ମାନିତ ଅତିଥି ଅଶ୍ୱିନ କୁମାର ଦାସ, ସିଆରସି ପ୍ରମୋଦ କୁମାର ପୁରୋହିତ, ଈଶ୍ୱରୀ ପ୍ରସାଦ ଅଗସ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମକୁ ଗିରିଶ ଚନ୍ଦ୍ର ସରାବୁ ମଞ୍ଚ ପରିଚାଳନା କରିଥିଲେ। ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଉମେଶ ସାହୁ, ପର୍ଶୁରାମ ଦୁର୍ଗା, ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା, ହସ୍ତଲିଖନ, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

Related posts

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

Sunil Chandra Nayak

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ  ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମହମ୍‌ବତୀର୍‌ ତ୍ଯାଗ୍‌

Sunil Chandra Nayak

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!