ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ସଂଘ ତରଫରୁ ସାହାଯ୍ୟ

 କାମାକ୍ଷାନଗର (ମ ନି ସ) କାମାକ୍ଷାନଗର ଶିକ୍ଷକ ସଂଘ ର ଶିକ୍ଷକ ନେତା ଶ୍ରୀଯୁକ୍ତ ଧନେଶ୍ୱର ସାହୁ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାଶ,ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ତ୍ରିପାଠୀ, ଶ୍ରୀଯୁକ୍ତ ଯୁଧିଷ୍ଠିର ବିଶ୍ୱାଳ, ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଖଟୁଆ, ଶ୍ରୀଯୁକ୍ତ ମନୋରଞ୍ଜନ ସାହୁଙ୍କ ନେତୃତ୍ୱ ଓ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ଜେନା ଓ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଭୋଇ, ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଓ ଶ୍ରୀମତୀ ଅମ୍ବିକା ସାହୁ ଙ୍କ ମାର୍ଗଦର୍ଶନ ରେ କାମାକ୍ଷାନଗର ବ୍ଲକ ର ମୃତ ଭାଷା ଭିତ୍ତିକ ଶିକ୍ଷକ ଶ୍ରୀ ଗୌତମ ପଧାନ ଙ୍କ ଏକମାତ୍ର ପୁତ୍ର ଶ୍ରୀ ଦେବାନନ୍ଦ ପଧାନ ନାମ ରେ UCO bank ରେ 80,000/- ଟଙ୍କା ର ଏଜ fix deposite କରା ଯାଇଛି l ସୂଚନା ଯୋଗ୍ୟ ଯେ ମୃତ ଶିକ୍ଷକ ସୁନାଝରି ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁ ଥିଲେ । ତାଙ୍କର ବୃକକ ଜନିତ ରୋଗ ରେ ମୃତ୍ୟୁ ହେଇ ଯାଇଛି l ଦେବାନନ୍ଦ ଙ୍କ ରା ମାତା ଙ୍କ ର ଵି ପୂର୍ବରୁ ମୃତ୍ୟୁ ହେଇଯାଇଛି l ସେ ଏବେ ବାଙ୍କୁଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀ ରେ ପଢୁଅଛି. ସେହିପରି କଟା ହରିଜ଼ନ ସାହି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ନାଏକ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାତ ହେଉଥିବାରୁ ତାଙ୍କୁ ସଂଘ ତରଫରୁ 25,000/- ଆର୍ଥିକ ସାହାଯ୍ୟ କରାଯାଇଛି lଏହି ସହଯୋଗ ଯୋଗୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ଥ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ଦୁର୍ଦଶା

Sunil Chandra Nayak

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ଡି ସି ସି ପ୍ଲେ ସ୍କୁଲ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!