ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ସମ୍ଭୁ ଙ୍କ ମନ୍ଦିର!ଦେବତ୍ତର ବିଭାଗ ସାଜିଛି ନିରବ ଦ୍ରଷ୍ଟା

ବୌଦ୍ଧ -22/10 – ବହୁ ପ୍ରସିଦ୍ଧ ବାବା ସୁବର୍ଣ୍ଣ ଶମ୍ଭୁ ଙ୍କ ମନ୍ଦିର କାହିଁ ପ୍ରାଚୀନ କାଳରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଦେଇ ପ୍ରବାହିତ ହେଉଥିବା ତେଲନଦୀ ଖଣ୍ଡିରେ ଅବସ୍ଥିତ ଥିବା ବେଳେ ଭଗ୍ନ ଅବସ୍ଥାକୁ ଯିବାକୁ ବସିଲାଣି।ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳେ ବାବା ସୁବର୍ଣ୍ଣ ଶମ୍ଭୁ ମନମୁଣ୍ଡା ସୁବର୍ଣ୍ଣପାଲି ସ୍ଥିତ ତେଲ ନଦୀ ଖଣ୍ଡିରେ ବସବାସ କରୁଥିଲେ l ମାତ୍ର ଉକ୍ତ ଅଂଚଳରେ ଅସୁର ଦୈତ୍ୟଙ୍କ ରାଜୁତି ସହିନପାରି ପଡୋଶୀ ଜିଲ୍ଲା ସୁବର୍ଣ୍ଣପୁର ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ଆଉ କହିଲେ ମୁଁ ଏଠାରେ ଏହି ଦତ୍ୟ ମାଟିରେ ରହି ପାରିବି ନାହିଁ ତେଣୁ ମୁଁ ପର୍ଶୁରାମ ମାଟିକୁ ଯିବାକୁ ଚାହୁଁଛି କହିଥିଲେ l ମାତ୍ର ରାଜା ପଚାରିଥିଲେ ପ୍ରଭୁ ଆପଣ ଆସିଲେ ମୁଁ ଜାଣିବି କେମିତି ସେହି ସମୟରେ ଶିବ ଭଗବାନ୍ କହିଲେ ମୁଁ ଗଲା ବେଳେ ସୁନାର ବର୍ଷା ହେବ ଆଉ ମୁଁ ଯିବି। ପୁରାତନ ଶାସ୍ତ୍ର ପୁରାଣ ଯାହା କହେ ବାବା ସୁବର୍ଣ୍ଣଶମ୍ଭୁ ଯାଇ ତେଲନଦୀ ଆର ଖଣ୍ଡିରେ ବାସ କଲେ ଓ ସେହିଦିନ ଠାରୁ ସେଠାରେ ସୁବର୍ଣ୍ଣମେରୁ ନାମରେ ଥିବା ବେଳେ ମନମୁଣ୍ଡା ଠାରେ ସୁବର୍ଣ୍ଣ ଶମ୍ଭୁ ନାମରେ ପୂଜା ପାଉଛନ୍ତି।ଏତିକି ବିରାଟ କିମ୍ବଦନ୍ତୀ ଥିବା ବେଳେ ବାବା ସୁବର୍ଣ୍ଣ ଶମ୍ଭୁ ଏବେ ଲୋକଙ୍କ ଅଣଦେଖା ସାଜିଥିବା ବେଳେ ବୌଦ୍ଧ ଦେବତ୍ତର କମିଟି ମଧ୍ୟ ନଜର ନ ପକାଇବା ଭକ୍ତ ଙ୍କ ମନରେ କୋହ ସୃଷ୍ଟି ହୋଇଛି। ଧର୍ମର ମାସ କାର୍ତ୍ତିକ ମାସ କୁହାଯାଉଥିବା ବେଳେ ପ୍ରତିଦିନ ଉକ୍ତ ମନ୍ଦିରକୁ ଅନେକ ଭକତ ଙ୍କ ସମାଗମ ହୋଇଥାଏ ମାତ୍ର ମନ୍ଦିର କମିଟି ଓ ଦେବତର ବିଭାଗର ଦୃଷ୍ଟି ନଥିବାରୁ ମନ୍ଦିର ଉପରେ ଅନେକ ଲତା ଗଛ ପତ୍ର ହୋଇ ରଙ୍ଗ ମଧ୍ୟ ଛାଡ଼ି ଯାଇଥିବା ବେଳେ ରୋଷେଇ ଗୃହ ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଗଲାଣି କେଉଁ ଦିନ ଯଦି କେହି ବାବାଙ୍କ ମନ୍ଦିରରେ କିଛି ପୂଜାପାଠ କରି ବାବାଙ୍କୁ ଭୋଗ ଲଗାଇବା ପାଇଁ ରୋଷେଇ କରାଯାଏ ,ଖୋଲା ଆକାଶ ତଳେ କରିବାକୁ ପଡ଼ିଥାଏ ଅନ୍ୟପଟେ ମନ୍ଦିର ବାଡ଼ ମଧ୍ୟ ଭାଙ୍ଗିଯାଇଥିବା ରୁ ଅନେକ ଅସାମାଜିକ ଲୋକ ପ୍ରବେଶ କରି ମନ୍ଦିରକୁ ଅପରିଷ୍କାର କରୁଥିବା ବେଳେ ବୁଲା ଗୋରୁଗାଈ କୁକୁର ପଶି ସମସ୍ତ ସ୍ଥାନରେ ମଳତ୍ୟାଗ କରି ଅପରିଷ୍କାର କରୁଥିବା ଦେଖିବାକୁ ମିଳେ।ବହୁ ବର୍ଷ ହେବ ମନ୍ଦିରରେ ଅନ୍ନ ଭୋଗ ର ମଧ୍ୟ ସୁବିଧା ନଥିବା ଯୋଗୁଁ ଅନୁତାପ କରନ୍ତି ମନ୍ଦିର ପୂଜକ ଓ କୁହନ୍ତି ସବୁ ବାବାଙ୍କ ଇଚ୍ଛା।ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ, ଦେବତ୍ତର ବିଭାଗ ଓ ମନ୍ଦିର କମିଟି ଯଦି ଏଥି ପ୍ରତି ଧ୍ୟାନ ଦିଅନ୍ତି ତାହା ହେଲେ ଭଲ ହୁଅନ୍ତା ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳ ବାସି।

ବୌଦ୍ଧ ରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମ.ରାମପୁର ଓ ମୋହନଗିରି ସମବାୟ ସମିତି ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

Sunil Chandra Nayak

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

Sunil Chandra Nayak

କୁଡୁମି ସଂଗଠନ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସଂଗଠନର ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!