ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

 ମୟୂରଭଞ୍ଜ ୨୨/୧୦- /୨୨(ମସିହା) ସ୍ଥାନୀୟ ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ସହିଦ୍ ନୁଦୁରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସ୍ମରଣିକା ପ୍ରସ୍ତୁତି ବୈଠକରେ ଟ୍ରଷ୍ଟର ମୁଖ୍ୟ ପରିଚାଳକ ମନୋରଞ୍ଜନ ହାଁସଦାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଇରଙ୍ଗପୁର ମୁନିସିପପାଲଟିର ଚେୟାରମେନ ଅଭିଷେକ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ କାଶୀନାଥ ହେମ୍ବ୍ରମ୍, ଅଧ୍ୟାପକ ବିଜୟ ରାମ, ରାଇରଙ୍ଗପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ,କିସ୍ ବାରିପଦାର ପ୍ରିନସିପାଲ ଗଣେଶ ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ମୋଚିରାମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସର୍ବସମ୍ମତିକ୍ରମେ ସ୍ମରଣିକା ର ସମ୍ପାଦକୀୟ ମଣ୍ଡଳୀ ଚୟନ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୂଳପତି ଏବଂ ଟ୍ରାଇଵାଲ ଷ୍ଟଡିଜ୍ ବିଭାଗୀୟ ମୁଖ୍ୟଙ୍କ ସହ କାଶୀନାଥ ହେମ୍ବ୍ରମ୍ ଓ ଅଭିଷେକ ପଟ୍ଟନାୟକ ରହିଛନ୍ତି। ମୁଖ୍ୟ ସମ୍ପାଦକ ଗଣେଶ ମିଶ୍ର, ପରିଚାଳନା ସମ୍ପାଦକ ରଞ୍ଜନ କୁମାର ନନ୍ଦ ଏବଂ ସମ୍ପାଦକୀୟ ମଣ୍ଡଳୀରେ ବିଭିନ୍ନ ଭାଷା ବିଭାଗ ପାଇଁ ଅଧ୍ୟାପକ ବିଜୟ ରାମ, ପ୍ରାଧ୍ୟାପକ ଡଃ ପ୍ରମୋଦ ମହାନ୍ତ, ଅଧ୍ୟାପକ ଲଳିତ ମହାନ୍ତ ,ମୋଚିରାମ ମାଝୀ ଓ ସନ୍ତୋଷୀ କୁମାରୀ ରାମଙ୍କୁ ଚୟନ କରାଯାଇଛି।ସ୍ମରଣିକା ର ନାମକରଣ ସମ୍ପର୍କରେ ବିଭିନ୍ନ ନାମ ହେବା ସହ ସ୍ମରଣିକାର ସମ୍ପାଦକୀୟ ମଣ୍ଡଳୀଙ୍କ ଦ୍ଵାରା ପରବର୍ତ୍ତୀ ସମୟରେ ସିଦ୍ଧାନ୍ତ ନିଆଯିଵାର ନିଷ୍ପତ୍ତି ଗ୍ରହଣ କରଯାଇଥିଲ । ଉକ୍ତ ବୈଠକରେ ଟ୍ରଷ୍ଟ ର ସକ୍ରୀୟ ସଦସ୍ୟ ମହେନ୍ଦ୍ର ନାଥ ମହାନ୍ତ, ମଙ୍ଗଲ ସୋରେନ୍, କ୍ରିଷ୍ଣା କୁମାର ଶର୍ମା , ରୋଷନ୍ ଗୁପ୍ତା,ବିକଲ ମାହାଲି, ସିକନ୍ ଦାସ, ପଙ୍କଜଦାସ, କମଲେଶ ବଳ,ହରି ରଣା ପ୍ରମୁଖ ଉପସ୍ଥିତ ଥିଲେ। ସହିଦ୍ ନୁଦୁରାମ୍ ସୋରେନଙ୍କ ପୁଣ୍ୟ ତିଥି ଦିବସ ୧୬ ଜୁନ୍ ରିଖ ସ୍ମରଣିକା ଉନ୍ମୋଚନ ପାଇଁ ସର୍ବସମ୍ମତି ନିଷ୍ପତ୍ତି ପରେ ସଭା ସାଙ୍ଗ ହୋଇଥିଲା। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

Sunil Chandra Nayak

ବିଧାୟକଙ୍କ ତୁଳସୀପଦର ଗ୍ରାମଗସ୍ତ

Sunil Chandra Nayak

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!