ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟଙ୍ଗା ନୋଡାଲ ସ୍କୁଲ୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଢେଙ୍କାନାଳ (ମ.ନି.ସ)ତା ୨୨/୧୦ ରିଖ ଦିନ ମୋଟଙ୍ଗା ନୋଡାଲ ଉପ୍ରା ବିଦ୍ୟାଳୟର ଠାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ମୋଟଙ୍ଗା କ୍ଲଷ୍ଟର ର ୧୦ଗୋଟି ବିଦ୍ୟାଳୟ ର ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ସୁରଭି କାର୍ଯକ୍ରମ ରେ ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ, ସାଂସ୍କୃତିକ କାର୍ଯକ୍ରମ, କୁଇଜ୍, ମଧ୍ୟାହ୍ନ ଭୋଜନ ମେଳା, ବିତର୍କ, ପ୍ରବନ୍ଧଲିଖନ ଆଦି ପ୍ରତିଯୋଗିତା ଉଭୟ ଜୁନିଅର ଓ ସିନିୟର୍ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା l ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର,ମୁଖ୍ୟ ଅତିଥି ମୋଟଙ୍ଗ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ବେହେରା, ସମିତି ସଭ୍ୟl ଇନ୍ଦିରା ନାଏକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ପ୍ରମୋଡ଼ିନି ପଟ୍ଟନାୟକ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସମ୍ମାନିତ ଅତିଥି ଭାବେ ମୋଟଙ୍ଗା ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଜଗବନ୍ଧୁ ସାହୁ, ସରପଞ୍ଚ ପୁଷ୍ପଲତା ବେହେରା, ସମିତି ସଭ୍ୟl ଇନ୍ଦିରା ନାଏକ, ପୂର୍ବତନ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଏହି କାର୍ଯକ୍ରମ କୁ ମୋଟଙ୍ଗା କ୍ଲଷ୍ଟରର ସି ଆର୍ ସି ସି ଅରୁଣ କୁମାର ବେହେରା ପରିଚାଳନା କରିଥିଲେ ତତ୍ ସହ ମୋଟଙ୍ଗା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଥିରେ ସହଯୋଗ କରି ଥିଲେ l ଏହି ପରିପ୍ରେକ୍ଷୀରେ ଯେଉଁ ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ,ସେମାନେ ଆସନ୍ତା ୨୬/୧୦ ରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଯୋଗ ଦେବାକୁ ସୁଚନା ଦିଆଯାଇଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମମତା ସାହୁ ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

ଖରିଆର ରୋଡ ପୌର ନିର୍ବାଚନ – ଭାରତୀୟ ଜନତା ଦଳର ମାରାଥନ ପ୍ରଚାର

Sunil Chandra Nayak

ଗଣମାଧ୍ୟମ ଗଣତନ୍ତ୍ରର ବଳ: ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

Sunil Chandra Nayak

Leave a Comment

error: Content is protected !!