ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ମହାକାଳୀଙ୍କ ପୂଜା ଓ ଭୈରବ ଦେବଙ୍କ ଝାମୁଯାତ୍ରା ଅବସରେ କଳସ ଯାତ୍ରା 

ଥୁଆମୂଳ ରାମପୁର:୨୩/୧୦ – (ମନିସ) :- ଆଜି ୨୩/୧୦/୨୦୨୨ ତାରିଖ ଯଥା ରବିବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ତାଲବନ୍ଦ ପଡା ଠାରେ ଦୀପାବଳି ପୂଜା କମଟି ଓ ନବଜୀବନ ଯୁବ ଅନୁଷ୍ଠାନ ପକ୍ଷରୁ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଁ ମହାକାଳୀଙ୍କ ମନ୍ଦିର ଠାରୁ ପଡାର ଯୁବତୀ ମହିଳା ପୁରୁଷ ଏକତ୍ରୀତ ଭାବରେ ବାହାରି ସହର ପରିକ୍ରମା ପୂର୍ବକ ବାଲିଘାଟ ଅଭିମୁଖେ ଯାଇଥିଲେ। ବାଲିଘାଟ ଝରଣାରେ ପହଞ୍ଚି ରୀତିନୀତି ଅନୁସାରେ ଗଙ୍ଗାଦେବୀଙ୍କୁ ପୂଜାର୍ଚ୍ଚନା କରି କଳସରେ ଜଳ ଭର୍ତ୍ତି କରାଯାଇଥିଲା। ସେଠାରୁ ମନ୍ଦିର ଅଭିମୁଖେ ମହାସମୋରୋହରେ ପ୍ରତ୍ଯାବର୍ତ୍ତନ କରୁଥିବା ସମୟରେ ହୁଳହୁଳି, ବାଦ୍ଯ, ଘଣ୍ଟତାଳ ଶଦ୍ଦ ସହକାରେ କଳସ ଆସି ମନ୍ଦିରରେ ପହଞ୍ଚି ଥିଲା। କଳସ ମନ୍ଦିରରେ ସ୍ଥାପନ କରାଯାଇଛି। ଦେଖଣାହାରୀ ସମସ୍ତେ ବହୁତ ଖୁସି ଅନୁଭବ ଓ ଭକ୍ତି ଭାବନେଇ ଶ୍ରଧାଳୁ ଓ ଭକ୍ତମାନେ ସମସ୍ତେ ଖୁସି ଅନୁଭବ କରିଥିଲେ। ଏହି କଳସ ଯାତ୍ରାକୁ ପୂଜାକମିଟି ଓ ନବଜୀବନ ଯୁବ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏଥିରେ କର୍ମକର୍ତ୍ତା ଉପସ୍ଥିତ ରହିଥିବାବେଳେ ଥୁଆମୂଳ ରାମପୁର ଗ୍ରାମର ଶହଶହ ଶ୍ରଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା। ମାଁ ମହାକାଳୀ ଓ ଭୈରବ ଦେବଙ୍କ ଯାତ୍ରାଟି ବହୁ ବର୍ଷ ପୂର୍ବରୁ ପାଳିତ ହୋଇଆସୁଅଛି। କିନ୍ତୁ କଳସ ଯାତ୍ରାଟି ଗତ ୨୦୧୭ ମସିହାରୁ ହିଁ ଆରମ୍ଭ କରାଯାଇ ଆଜି ମଧ୍ୟ କଳସ ଯାତ୍ରା ମହାସମାରୋହରେ ଶେଷ ହୋଇଯାଇଛି। ଏହି ଅବସରରେ ଆଜି ରାତିରେ ରୀମଝିମ ଡ୍ଯାନ୍ସ ଧାମାକାର କାର୍ଯ୍ଯକ୍ରମ ଆୟୋଜିତ ହେବାକୁ ଯାଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଛତିଶଗଡ ସରକାର ଉଦନ୍ତୀ ନଦୀରେ ବେରେଜ ନିର୍ମାଣ,ସିନାପାଲି ବ୍ଲକ ସୀମାନ୍ତରେ ବେରେଜ ସ୍ଥାନ ଚିହ୍ନଟ, ଓଡିଶା ଛତିଶଗଡ଼ ଜଳବିବାଦ ଘନେଇଲା

Sunil Chandra Nayak

ଜାଳେଣି କାଠ ଆଣିବାକୁ ଯାଇ ବଳଦ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଳନ୍ଧରଙ୍କ ମୃତ୍ୟୁ 

Sunil Chandra Nayak

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

Leave a Comment

error: Content is protected !!