ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ “ଶୀର୍ଷକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ବୌଦ୍ଧ – 23/10-  ବୋୖଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସେଵା ସମିତି ଆନୁକୂଲ୍ୟ ରେ ଶ୍ୟାମସୁନ୍ଦର ପୁର ଗ୍ରାମ ର ଗୋଷ୍ଠୀ କେନ୍ଦ୍ର ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜିବନୀ” ଶୀର୍ଷକ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଶ୍ୟାମସୁନ୍ଦରପୁର ସେଵା ସମିତି ର ଆବାହକ ବିଜୟ ବଘାର ଙ୍କ ପୋୖରହିତ୍ୟ ରେ ଆୟୋଜିତ ଏହି ଶିବିର କୁ ସଙ୍ଗଠନ ର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା, ଜ୍ୟୋତି ଆବାହନ କରି ଶୁଭାରମ୍ଭ କରିଥିଲେ ଓ ଯୋଗ ଦେଇଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ଶ୍ୟାମସୁନ୍ଦର ପୁର, ସାନ ସୁବଳୟା, ବିଷ୍ଣୁପୁର୍,ପ୍ରଗଳପୁର,ରାମ୍ଭିକଟା ଆଦି ଗ୍ରାମ ର ରକ୍ତଦାତା ଓ ସତ୍ୟସାଇ ସେଵା ସଙ୍ଗଠନ ର ଯୁବ ସ୍ବେଛାସେବୀ ମାନେ ସ୍ବେଛାକୃତ ଭାବେ ନିଜର ରକ୍ତ ଦାନ କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା ଭଞ୍ଜ କିଶୋର୍ ରାମଚନ୍ଦ୍ର ଦେଓ ହେମ୍ରମ୍ ଙ୍କ ନେତୃତ୍ୱ ରେ ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ,ସ୍ୱାସ୍ଥ୍ୟ ପରାମର୍ଶଦାତା ବନଜ କୁମାର ପ୍ରଧାନ, ନର୍ସିଂ ଅଫିସର ଈପ୍ସିତ୍ ପଟ୍ଟନାୟକ,କର୍ମଚାରୀ ସୁରଜ ଭୋକ୍ତା ଆଦି ରକ୍ତ ସଂଗ୍ରହ କରିଥିଲେ । ଶିବିର ରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଯୁବ ସଂଗଠକ ତଥା ସଙ୍ଗଠନ ର ସକ୍ରୀୟ ଯୁବ ସଦସ୍ୟ ମନୋଜ ଭୋକ୍ତା ଓ ଅସ୍ମିଲ ଗାଇ ଗୋୖରିଆ ଶିବିର ପରିଚାଳନା କରିଥିଲେ ଏବଂ ଆକାଶ ମେହେର, କାଂହୁ ମହାରଣା, ଦେବେନ୍ଦ୍ର ମହାରଣା,ପ୍ରଦୋତ୍ୟ ଭୋକ୍ତା ଆଦି ସହଯୋଗ କରିଥିଲେ।ସଂଜୀବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଅବିନାଶୀ ଆତ୍ମା

Sunil Chandra Nayak

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି  ହେବ ଭୋଟ୍

Sunil Chandra Nayak

ଶାରଳା ସାଂସ୍କୃତିକ ପରିଷଦର ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!