ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବାଃ ବାଃ ରେ ପୁଂଜିବାଦ

ବାଃ ବାଃ ରେ ପୁଂଜିବାଦ

ମନୋବୃତ୍ତି ବେପାରୀ,
ସ୍ୱାର୍ଥ ଛଡା ସେ ନୁହେଁ କାହାରି,
ଏହା ତ ଚିରନ୍ତନ ସତ୍ୟ,
ନୀତି ଅଟେ ପୁଂଜିବାଦ,
ଅର୍ଥ ପାଇଁ କରନ୍ତି କେତେ ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ |୧|
ଆବେ ପରଶୁ,
ଯାବେ ପରଶୁ,
ଯେନ ତେନ ଉପାୟରେ,
ପଇସା କମେଇ,
ଧନୀ ହୋଇଗଲେ, ବାବୁ ପର୍ଶୁରାମ,
ବାଃ ବାଃ ରେ ପୁଂଜିବାଦ. |୨|
ଥାଅ କେବଳ ନିଜ ସ୍ୱାର୍ଥରେ,
ଜାତି ନାମେ, ଧରମ ନାମରେ, 
କିପରି ରହିବ ପଦବୀ ଉପର,
ଘୃଣା ସୃଷ୍ଟି କର ,
ବିଷ ବୁଣ ବିଭେଦର,
ସୃଷ୍ଟି କର ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ. |୩|
ସତ୍ୟ ପଥରେ ଚାଲିବା,
ମନ ନିର୍ମଳ ପବିତ୍ର ରହିବା,
ପୁଂଜିବାଦର ଦଲାଲ ଠୁ
ନୁହେଁକି ବୃଥା ଆଶା କରିବା,
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ. |୪|
ଲୁଣ୍ଠନ ଶୋଷଣ, 
ଭାବେ ଧରମ ପୁଂଜିବାଦ ସମର୍ଥକର,
ସେ ତ ପ୍ରତୀକ ମିଥ୍ୟା ଓ ଛଳନାର ,
ଗୁଣ ଧୋକା ଦେବା ତାର,
ଖୋଜି ପାଇବାକି ପୁଂଜିବାଦରେ କିଏ ସେ ନିଜର?
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ. |୫|
ପୁଂଜିବାଦରେ ପଇସା ସର୍ବସ୍ୱ,
ପୁଂଜି ଦ୍ୱାରା ପରା ସବୁ କିଣି ହୁଏ,
ଦେଖୁଛେ ଗାନ୍ଧୀ ନୋଟର ନାଟ,
ମାଗିଖିଆ ହୋଇ ମାଗି ପୁରେ ପେଟ,
କୁକୁରକୁ ଛେଳି କହିବା, ହାତେ ମିଳିଲେ ନୋଟ,
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ |୬|
ରାମ ରାଇଜର କଥା କହିବା,
ରାବଣର ସବୁ ଗୁଣକୁ ପାଳିବା,
ବିବେକକୁ ବିକି ଭୀଷ୍ମ ଦ୍ରୋଣ ଅଶ୍ୱସ୍ଥାମା ପରି,
କରିବା ଅନ୍ୟାୟ ବିଚାର,
ଯେତେ ପାର କରିବା ପାପ ଅତ୍ୟାଚାର.
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ. |୭|
ପୁଂଜିବାଦର ଦଲାଲ ହେଲେ,
ମୁହଁ ଖୋଲିବାନି ବର୍ବର କାଣ୍ଡ ଯେତେ ହେଲେ,
ଛାମୁଙ୍କର ରାମ ରାଜ୍ୟ ଗାନ୍ଧୀଙ୍କର ନାମେ ପରା,
ନ୍ୟାୟ ନୀତିର ପ୍ରଚାର କରନ୍ତି ପରା,
ଏହାତ ନୀତି ପୁଂଜିବାଦ,
ଆମେ ସମର୍ଥକ ପୁଂଜିବାଦର,
କେଉଠୁ ଶିଖିବା କୁହ ନୀତି ସମତାର,
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ. |୮|
ଦୀପଟିଏ ଜାଳୁଛେ ଆଜି,
ଦୀପାବଳୀ ଅବସରରେ,
ନାଶ ହେବ ଅନ୍ଧକାର, 
ଦୁଃଖ ଦୁର୍ଦ୍ଦଶା, ଅଛି ମନରେ,
ଉଠିବ ମାନବିକତାର ସ୍ୱର,
ଜଳିଯିବ ଘୃଣା, ହିଂସା, ଈର୍ଷା ଓ ଅବିଚାର,
କେଉଠୁ ଆସିବ କୁହ ନୀତି ଶାନ୍ତି ସହବାସ ସ୍ଥାନର,
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ |୯|
ଧରମ ତ କିପରି କରିବା ଦ୍ୱନ୍ଦ,
ବାଃ ବାଃ ରେ ପୁଂଜିବାଦ,
ଲିଭିଯିବ କି କେତେ ନିର୍ଭୟାର ଆକୁଳ ଚିତ୍କାର,
ମରିଯିବ କି ଦୁର୍ନୀତି ଗଛର ଚେର,
ଲିଭିଯିବ କି ଅନ୍ୟାୟର କଳୁଷିତ ସ୍ୱର,
କାହୁଁ ଗଢ଼ି ଉଠିବ ସ୍ନେହ, ପ୍ରେମ ଭାବର ମନ୍ଦିର,
କିନ୍ତୁ ମନରେ ତ ଗଢ଼ିବା ଦୀପଟିଏ,
ଯେପରି ଦୂର ହେବ କ୍ଷୁଧାର ଜ୍ବାଳା ଭୋକିଲା ପେଟର
ଉଦ୍ଭାସିତ ହେବ ଓ ବିଜୟ ହେବ,
ଦିନେ ଆଶାର ଜୁଆର, ମାନବିକତାର |୧୦|

ଚିତ୍ତ ରଞ୍ଜନ ନନ୍ଦ

କଟକ

Related posts

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

Sunil Chandra Nayak

ମମତା ସାହୁ ଙ୍କ କବିତା ସୁନୀଲ ଆକାଶେ ଦୁଃଖର ଛାଇ 

Sunil Chandra Nayak

ଜୀ ସାର୍ଥକର ‘‘ରଜ କୁଇନ୍’’ ଗାଲା ରାଉଣ୍ଡ ଜୁନ୍ ୧୧ରୁ  

Leave a Comment

error: Content is protected !!